ଭଦ୍ରକରେ ପହଂଚିଲା କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଟିମ୍ ! ଟ୍ୱିଟ୍ କରି ସୂଚନା ଦେଲେ କ୍ରାଇମବ୍ରାଂଚ୍ ସ୍ପେଶାଲ ଡିଜି ବିକେ ଶର୍ମା

22

କନକ ବ୍ୟୁରୋ : ଭଦ୍ରକରେ ପହଂଚିଲା କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଟିମ୍ । କ୍ରାଇମବ୍ରାଞ୍ଚର ୭ ଜଣିଆ ଟିମ୍ ଭଦ୍ରକରେ ପହଂଚି ସୋସିଆଲ ମିଡିଆରେ ହିଂସା ଉସୁକାଉଥିବା ବ୍ୟକ୍ତିଙ୍କ ବିରୋଧରେ ତନାଘନା ଆରମ୍ଭ କରିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ୍ ସ୍ପେଶାଲ ଡିଜି ବିକେ ଶର୍ମା । ସୋସିଆଲ ମିଡିଆରେ ଗୁଜବ ସୃଷ୍ଟିକାରୀଙ୍କୁ ଚିହ୍ନଟ କରିବା ସହ କେଉଁ କାରଣରୁ ଏପରି ଏକ ପରିସ୍ଥିତି ସୃଷ୍ଟି ହେଲା ଏହାର ସବୁ ଦିଗକୁ ତଦନ୍ତ କରିବ ଏହି ଟିମ୍ ।

କେଉଁ ୱାଟସ୍ ଅପ୍ ଗ୍ରୁପ ଓ ଫେସବୁକ୍ ଆକାଉଂଟରୁ ବିଦ୍ୱେଷ ସୃଷ୍ଟିକାରୀ ଗୁଜବ ପ୍ରଚାର କରାଯାଉଛି, ଏ ନେଇ ତଥ୍ୟ ସଂଗ୍ରହ କରୁଛି କ୍ରାଇମବ୍ରାଂଚ । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ ମିଡିଆର ଦୁରୂପଯୋଗ ରୋକିବାକୁ ଜରୁରୀ ସୂଚନା ସବୁ ସେୟାର କରିବାକୁ ଗତକାଲି ଟ୍ୱିଟ୍ କରି ନିବେଦନ କରିଥିଲେ କ୍ରାଇମବ୍ରାଂଚ୍ ସ୍ପେଶାଲ ଡିଜି ବିକେ ଶର୍ମା ।