ରେଭେନ୍ସା କୁଳପତିଙ୍କ ଇସ୍ତଫା ମାମଲା ! ଆଜି ସାରା ରାଜ୍ୟର ବିଶ୍ୱବିଦ୍ୟାଳୟରେ ଧାରଣା ଦେବ ବିଜେପି

23

କନକ ବ୍ୟୁରୋ : ରେଭେନ୍ସା କୁଳପତିଙ୍କ ଇସ୍ତଫା ମାମଲା । ଆଜି ସାରା ରାଜ୍ୟର ବିଶ୍ୱବିଦ୍ୟାଳୟରେ ଧାରଣା ଦେବ ବିଜେପି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶାସକ ଦଳର ବିଧାୟକମାନଙ୍କ ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ।

ଶନିବାର ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ତେବେ ରାଜ୍ୟପାଳ ତାଙ୍କୁ ଡାକି ବୁଝାମଣା କରି ଇସ୍ତଫା ପତ୍ର ଫେରାଇ ଦେଇଥିଲେ । ଘଟଣା ପାଇଁ ବିଜୁ ଜନତା ଦଳର ଦୁଇ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳଙ୍କୁ ଦାୟୀ କରିଛି ବିଜେପି । କ୍ୟାମ୍ପସ ଭିତରେ ଗୁଣ୍ଡାଗର୍ଦି ବନ୍ଦ କରିବାକୁ ଦାବି କରିଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-