ଆସନ୍ତା ୭ରେ ଆସିପାରେ ବିଜେପିର ନିର୍ବାଚନୀ ଇସ୍ତାହାର ! ଭୋଟ ସାଉଣ୍ଟିବା ପାଇଁ କେଉଁ ଏଜେଣ୍ଡା ଉପରେ ଗୁରୁତ୍ୱ ଦେବେ ମୋଦି ସରକାର ?

83

କନକ ବ୍ୟୁରୋ : ସାରା ଦେଶରେ ନିର୍ବାଚନୀ ମଳୟ । ନେତାମାନେ ଜୋରସୋରରେ ଚଳାଇଛନ୍ତି ପ୍ରଚାର । ଏହି ପରିପେକ୍ଷୀରେ ଏପ୍ରିଲ୍ ୭ ତାରିଖ ରବିବାର ଦିନ ଭାରତୀୟ ଜନତା ପାର୍ଟି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିପାରେ । ଇସ୍ତାହାର ଉନ୍ମୋଚନ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟାନ୍ୟ ବହୁ ଶୀର୍ଷସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳିଛି ।

ବିଜେପିର ୨୦ ଜଣିଆ ସଦସ୍ୟ ବିଶିଷ୍ଟ ଇସ୍ତାହାର କମିଟିର ନେତୃତ୍ୱ ନେଇଛନ୍ତି ରାଜନାଥ ସିଂ । ଏଥିରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ, ନିର୍ମଳା ସୀତାରମଣ, ପୀୟୂଷ ଗୋୟଲ, ରବି ଶଙ୍କର ପ୍ରସାଦ, ମୁଖ୍ତାର ଅବ୍ଦାସ ନକଓ୍ଵି ଏବଂ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି କମିଟିର ସଦସ୍ୟ ଅଛନ୍ତି । ପାନେଲ୍ର ୧୫ଟି ସବ୍-କମିଟି ଅଛି ।

ସୂଚନାଯୋଗ୍ୟ ୨୦୧୪ରେ ବିଜେପି ଏପ୍ରିଲ୍ ୭ ତାରିଖରେ ନିର୍ବାଚନୀ ଘୋଷଣାପତ୍ର ‘ସଙ୍କଳ୍ପ ପତ୍ର’ ରିଲିଜ୍ ହୋଇଥିଲା । ଗତ ନିର୍ବାଚନରେ ୯ ଟି ପର‌୍ୟ୍ୟାୟରେ ମତଦାନ ହୋଇଥିଲା । ଚଳିତ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ କହିଛନ୍ତି, ଦଳ ନିଜର ଘୋଷଣା ପତ୍ରକୁ ମତଦାନର ୪୮ ଘଣ୍ଟା ପୂର୍ବରୁ ଜାରି କରିପାରିବେ ନାହିଁ । କଂଗ୍ରେସ ପକ୍ଷରୁ ଗତ ମଙ୍ଗଳବାର ଘୋଷଣା ପତ୍ର ଜାରି କରାଯାଇଛି ।