ମିଶନ ୨୦୧୯ ପାଇଁ ବିଜେପିର ନୂଆ ରଣନୀତି ! ମୋଦିଙ୍କ ପାଇଁ ବଡ ଅସ୍ତ୍ର ଭାବେ ପ୍ରମାଣିତ ହେବ ଏହି ଆପ

28

ଟାଗେର୍ଟରେ ୨୦୧୯ ଲୋକସଭା ନିର୍ବାଚନ । ଯାହାକୁ ନେଇ ଉଭୟ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି କସରତ । କିନ୍ତୁ ୨୦୧୯କୁ ନିର୍ବାଚନର ବର୍ଷକ ପୂର୍ବରୁ ହିଁ ବିଜେପି ତରଫରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯାହାର ବଡ ଉଦାହରଣ ହେଉଛି ମୋଦିଙ୍କ ଦ୍ୱାରା ପରିଚାଳିତ ନମୋ ଆପ । ତେବେ ଯେଉଁଠି ବିଜେପି ଅଧ୍ୟକ୍ଷ ଅମିତ ଶାହ ସଂପର୍କ ପାଇଁ ସମର୍ଥନ ଭଳି ନିଆରା ଅଭିଯାନ ଜରିଆରେ ଦେଶର ବହୁ ମାନ୍ୟଗଣ୍ୟ ହସ୍ତିଙ୍କ ସହ ସିଧା ସଳଖ ସଂପର୍କ ସ୍ଥାପନ କରିବାକୁ ପ୍ରୟାସ ଚଳାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମୋ ଆପ ଜରିଆରେ ଜନତାଙ୍କ ସସ୍ପର୍ଶରେ ଆସିବାକୁ ଚେଷ୍ଟା ଚଳାଇଛନ୍ତି । ନମୋ ଆପ ଜରିଆରେ ବିଭିନ୍ନ ସରକାରୀ ଯୋଜନା ଏବଂ ନୀତିଗତ ନିଷ୍ପତିକୁ ନେଇ ମୋଦି ଜନତାଙ୍କ ସହ ସିଧାସଳଖ ଯୋଡି ହେବାକୁ ପ୍ରୟାସ ଜାରି ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ଲାନ ରହିଛି ଜନତାଙ୍କ ସହ ଯୋଡି ହେବା । ତେଣୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନାଗୁଡିକ ଜରିଆରେ ହିତାଧିକାରୀଙ୍କ ସହ ସହ ସିଧା ଆଲୋଚନା କରିଛନ୍ତି । ସରକାରା ଆକଳନ ହିସାବରେ ଏହି ଯୋଜନାଗୁଡିକରୁ ଲାଭାନ୍ୱିତ ଲୋକଙ୍କର ସଂଖ୍ୟା ପାଖାପାଖି ୧୦ କୋଟି ରହିଛି । ସେହିପରି ଆପ ଡାଉନଲୋଡ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ପାଖାପାଖି ୧ କୋଟି ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏଯାବତ ଉଜ୍ଜ୍ୱଳା ଯୋଜନା, ମୁଦ୍ରା ଯୋଜନା, ଷ୍ଟାର୍ଟ ଅପ, ରୋଗୀ ଏବ କୃଷକଙ୍କ ପାଇଁ ଆରମ୍ଭ କରିଥିବା ବିଭିନ୍ନ ସରକାରୀ ଯୋଜନାକୁ ସମ୍ବନ୍ଧିତ ଲାଭାର୍ଥୀଙ୍କୁ ସିଧା ସଳଖ ସମ୍ବନ୍ଧିତ କରୁଛନ୍ତି । ତେବେ ସୌମୁମୀ ଅଧିବେଶନ ପରେ ପରେ ନମୋ ଆପ ଜରିଆରେ ମୋଦିଙ୍କ ଏହି ପ୍ରୟାସ ଆହୁରୀ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ମୁତାବକ, ନମୋ ଆପ ମିଶନକୁ ନେଇ ବିଜେପି ଅଧ୍ୟକ୍ଷଙ୍କ ରଣନୀତି ଦୁଇଟି ତରିକାରେ କାମ କରିବ । ପ୍ରଥମଟି ହେଲା ବିଜେପି ନିଜ ୧୧ କୋଟି ସଦସ୍ୟଙ୍କୁ ନମୋ ଆପ ଜରିଆରେ ସଂଗଠିତ କରିବ । ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ଅନ୍ତର୍ଭକ୍ତ କରାଇବା ସହ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ନୀତିଗତ ନିଷ୍ପତି ସଂପର୍କରେ ତାଲିମ ଦେବେ । ଅନ୍ୟଟି ହେଲା, ଏହା ଜରିଆରେ ବିଜେପିର ସମର୍ପିତ କାର୍ଯ୍ୟକର୍ତ୍ତା ଭୋଟରଙ୍କୁ ଯୋଜନାବଦ୍ଧ ତରିକାରେ ପ୍ରଭାବିତ କରିବାର ପ୍ରୟାସ କରିବେ ଏବଂ ପ୍ରଧାନମନ୍ତ୍ରୀ ଦ୍ୱାରା ହେବାକୁ ଥିବା ସିଧା ସଳଖ ଆଲୋଚନାରେ ସାମିଲ ହେବା ପାଇଁ ପ୍ରେରିତ ମଧ୍ୟ କରିବେ । କୁହାଯାଉଛି କି, ଏଥିପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଦେଶର ପ୍ରତିଟି ଜିଲ୍ଲାରେ ପାଖାପାଖି ୧ ଲକ୍ଷ ନମୋ ଆପ ଡାଉନଲୋଡ କରିବାର ଲକ୍ଷ୍ୟ ରଖିଛନ୍ତି ।