ଭାଜପାର ଟାର୍ଗେଟ ୨୦୧୯ ! ତୃଣମୂଳ ସ୍ତରରୁ ସଂଗଠନ ସଜାଡିବା ପାଇଁ ବିଜେପିର ‘ମୋ ବୁଥ୍ ସବୁଠୁ ମଜଭୁତ୍’ କାର୍ଯ୍ୟକ୍ରମ

19

କନକ ବ୍ୟୁରୋ: ଟାର୍ଗେଟ ୨୦୧୯ । ରାଜ୍ୟ ବିଜେପି ଆପଣାଇବ ୟୁପି ଫଣ୍ଡା । ତୃଣମୁଳ ସ୍ତରରୁ ସଂଗଠନକୁ ସଜାଡିବା ପାଇଁ ଏବେ ଗାଁ ମୁହାଁ ହୋଇଛନ୍ତି ନେତା । ‘ମୋ ବୁଥ୍ ସବୁଠୁ ମଜଭୁତ୍’ କାର୍ଯ୍ୟକ୍ରମର ଅଂଶବିଷେଶ ବିଜେପିର ହେଭିୱେଟ ନେତା ମାନେ ଗାଁ ଗାଁରେ ପହଂଚି ଲୋକଙ୍କ ସହ ତାଙ୍କ ପାରମ୍ପରିକ ଖାଦ୍ୟ ଖାଉଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବ୍ରହ୍ମପୁର ଯାଇ ସେଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବେ । ୨୨ରେ ଯାଜପୁର, ୨୩ରେ ବ୍ରହ୍ମପୁର ଓ ୨୪ରେ ଭୁବେନଶ୍ୱରରେ ଗୋଟିଏ ଲେଖାଏଁ ବୁଥକୁ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।

ସାଧାରଣ ଲୋକଙ୍କ ଘରେ ପହଂଚି ଶାକାହାରୀ ଓଡ଼ିଆ ଖାଦ୍ୟ ଖାଇବେ ଅମିତ । ଆଜି ହଜାରଟି ସ୍ଥାନରେ ‘ମୋ ବୁଥ୍ ସବୁଠୁ ମଜଭୁତ୍’ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏହା ଜୁଲାଇ ୬ ତାରିଖ ଯାଏଁ ଚାଲିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଭୁବନେଶ୍ୱର ଚନ୍ଦକାର ଅନ୍ଧାରୁଆ ପଂଚାୟତରେ ପାରମ୍ପପରିକ ନାଚଗୀତ ସହ ବିଜେପି ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି ଜୁଏଲ । ୨୦୧୯ ବିଜୟ ପାଇଁ ଏହା ପ୍ରାକ୍ ପ୍ରସ୍ତୁତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –