ବିଜେପିର ଏହି ନେତାଙ୍କୁ ନେଇ ଜୋରଦାର ଚର୍ଚ୍ଚା । ଜାଣନ୍ତୁ କାହିଁକି ଏହି ପ୍ରାର୍ଥୀଙ୍କ ଉପରେ ରହିଛି ସାରା ଦେଶର ନଜର ।

739

ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୧ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ତାଲିକା ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ସମସ୍ତଙ୍କ ନଜର ରହିଥିଲା କେରଳର ପଥନାମଥିଥା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ପ୍ରାର୍ଥୀଙ୍କ ଉପରେ । ଏହି ଆସନ ପାଇଁ ବିଜେପି କେ.ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି । ଏହି ଆସନଟି ଏକ ନିର୍ଦ୍ଦିଷ୍ଟ କାରଣରୁ ସମସ୍ତଙ୍କ ନଜରରେ ରହିଛି । ତାହା ହେଉଛି ଏହି ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଛି କେରଳର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ସାବରିମାଲା ।

ସାବରିମାଲାର ଆୟପ୍ପାସ୍ବାମୀ ମନ୍ଦିରରେ ଗତ ବର୍ଷ ମହିଳାଙ୍କ ପ୍ରବେଶକୁ ନେଇ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମହିଳାଙ୍କ ପ୍ରବେଶକୁ ସ୍ଥାନୀୟ ଭକ୍ତମାନେ ବିରୋଧ କରୁଥିଲେ । ଏହି ବିରୋଧର ନେତୃତ୍ବ ନେଇଥିଲେ ବିଜେପି ନେତା ସୁରେନ୍ଦ୍ରନ । ଏହି ବିରୋଧ କାରଣରୁ ତାଙ୍କୁ କେରଳର ବାମପନ୍ଥୀ ସରକାର ୨୫ ଦିନ ପାଇଁ ଜେଲରେ ଭର୍ତ୍ତି କରିଥିଲେ । କିନ୍ତୁ ଏହି ଆନ୍ଦୋଳନ ଯୋଗୁଁ ସେ ଏହି ଅଂଚଳରେ ବେଶ ଲୋକପ୍ରିୟ ହୋଇଯାଇଛନ୍ତି । ତାଙ୍କ ପଛରେ ଜନସମର୍ଥନ ରହିଥିବା କୁହାଯାଉଛି ।