ବନ୍ଦ ପାଳନ ବେଳେ ବିଜେଡି ଗୁଣ୍ଡାରାଜର ପ୍ରତିବାଦ: ଆଜି ଡିଜିପି ଅଫିସ୍ ଘେରାଉ କରିବ ବିଜେପି

29

କନକ ବ୍ୟୁରୋ : ଆଜି କଟକରେ ଡିଜିପି ଅଫିସ ଘେରାଉ କରିବ ବିଜେପି । ଗତକାଲି ଦଳ ପକ୍ଷରୁ କରାଯାଇଥିବା ବନ୍ଦ ପାଳନ ବେଳେ ବିଜେଡି କର୍ମୀ ଗୁଣ୍ଡାରାଜ କରିଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦରେ ଆଜି ବିଜେପି ପୋଲିସ ଡିଜିଙ୍କ ଅଫିସ ଘେରାଉ କରିବ । ଦିନ ତମାମ ବିଜେପି-ବିଜେଡି କର୍ମୀଙ୍କ ଗଣ୍ଡଗୋଳ ପରେ ସନ୍ଧ୍ୟାରେ ସ୍ଥିତିକୁ ଆକଳନ କରି ବିଜେପି ଡାକିଥିଲା ସାମ୍ବାଦିକ ସମ୍ମିଳନୀ । ବିଜେଡି ଗୁଣ୍ଡାରାଜର ହିସାବ ଦେଇଥିଲେ ନେତାମାନେ । କହିଥିଲେ, ନବେ ଦଶକର ଗୁଣ୍ଡାରାଜକୁ ବିଜେଡି ଫେରିଛି । ୮ ଟି ସ୍ଥାନରେ ବିଜେଡି କର୍ମୀ ବୋମାମାଡ କରିଥିବା ବେଳେ ୨ ଟି ସ୍ଥାନରେ ଗୁଳି ଫୁଟାଇଛନ୍ତି ।

ଯେଉଁଥିରେ ୧୨ ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଥିବା ଦଳ ହିସାବ ଦେଇଛି । ତେବେ କେତେକ ସ୍ଥାନରେ ବିଜେପି କର୍ମୀଙ୍କ ପାଲଟା ଆକ୍ରମଣର ଶିକାର ହୋଇଥିଲେ ବିଜେଡି କର୍ମୀ । ବୁଧବାର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା ରାଜରାସ୍ତା । ଏପରିକି ସରକାରୀ ଅଫିସରେ ବି ଆତଙ୍କରାଜ ଚଳାଇଥିଲେ ବିଜେପି କର୍ମୀ । ବନ୍ଦ ନାଁରେ ମୋଟର ସାଇକେଲ୍ ପୋଡିବା ସହ ସାଧାରଣ ଲୋକଙ୍କୁ ଆକ୍ରମଣ ଓ ଦୋକାନରେ ଫିଙ୍ଗା ଫୋପଡା ମଧ୍ୟ କରିଥିଲେ କିଛି କର୍ମୀ ।