ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ : ବ୍ୟାରିକେଡ୍ ଭାଙ୍ଗିବା ବେଳେ ପୁଲିସ-କର୍ମୀ ମୁହାଁମୁହିଁ

83

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ । ବିଧାନସଭା ଭିତରକୁ ଧସେଇ ପସିବା ପାଇଁ ଉଦ୍ୟମ କଲାବେଳେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି । ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ବ୍ୟାରିକେଟ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ନିଯୁକ୍ତି ମେଳା ନାଁରେ ବିପିୟୁଟି ଛାତ୍ରଙ୍କଠାରୁ ଟଙ୍କା ଆଦାୟ ଏବଂ ଚିଟଫଣ୍ଡ ଦୁର୍ନୀତିରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରିଥିଲା ବିଜେପି ଯୁବ ମୋର୍ଚା । ଏନେଇ ବିଜେପି କାର୍ୟ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।