ଗିରଫ ହେଲେ ବିଜେପି ନେତା ! ଭଟଲି ଗୁଳିକାଣ୍ଡ ଘଟଣାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଇରାସିସ ଆଚାର୍ଯ୍ୟଙ୍କୁ ଗିରଫ କଲା ପୋଲିସ

37

କନକ ବ୍ୟୁରୋ: ଭଟଲି ଗୁଳିକାଣ୍ଡ ଘଟଣାରେ ଗିରଫ ହେଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଇରାସିସ୍ ଆଚାର୍ଯ୍ୟ । ଗତ ଜୁନ ୧ ତାରିଖରେ ଭଟଲି ଥାନା ଅଧୀନ କୁଶନପୁରୀ ବିଜେପି କାର୍ଯ୍ୟାଳୟରେ ହୋଇଥିବା ଗୁଳିକାଣ୍ଡରେ ବୁଲୁ ସତନାମୀ ନାମକ ଯୁବକର ମୃତ୍ୟୁ ହୋଇଥିଲା । ଏହି ଗୁଳିକାଣ୍ଡରେ ବ୍ୟବହୃତ ହୋଇଥିବା ବନ୍ଧୁକ ଓ ଗୁଳି ଇରାସିସ ଆଚାର୍ଯ୍ୟ ଯୋଗାଇ ଦେଇଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି । ଯହାକୁ ନେଇ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଇରାସିସ୍ ଆଚାର୍ୟ୍ୟଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ତେବେ ଏହାପୂର୍ବରୁ ଘଟଣାରେ ତଦନ୍ତ ପାଇଁ ବରଗଡ଼ ଟାଉନ ଥାନାରେ ଇରାସିସ୍ ଅଟକ ରଖି ପଚରା ଉଚୁରା କରିଥିଲା ପୋଲିସ । ଘଟଣାରେ ତାଙ୍କର ସଂପୃକ୍ତି ଥିବା ପଚରା ଉଚୁରାରୁ ଜାଣିବାକୁ ପାଇବା ପରେ ବରଗଡ଼ ପୋଲିସ୍ ଇରାସିସ୍କୁ କରିଛି ।

ଅନ୍ୟପଟେ ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ପୂର୍ବରୁ ମଧ୍ୟ ଏହି ଘଟଣାରେ ସଂପୃକ୍ତି ଥିବା ନେଇ ଇରାସିସ୍ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଏବଂ କହିଥିଲେ ସେହେଲା ହାଟପଦା ଗୁଳିକାଣ୍ଡ ଘଟଣାରେ ଜୟନାରାୟଣ ମିଶ୍ରଙ୍କ ଜେଲରୁ ମୁକୁଳିବାପରେ ଏକ ସାଇଡ଼ ଇଫେକ୍ଟ ବୋଲି କହିଥିଲେ ମନ୍ତ୍ରୀ । ତେବେ ଗିରଫ ହୋଇଥିବା ବିଜେପି ରାଜ୍ୟ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଇରାସିସ୍ ର ହାଟପଦା ଓ ବନାବିରା ଗୁଳିକାଣ୍ଡରେ ହାତଥିବା ମଧ୍ୟ ଚର୍ଚ୍ଚାରେ ଥିଲା । ଏବେ ଭଟ୍ଟଲି ଗୁଳିକାଣ୍ଡରେ ଗିରଫ ପରେ ପୋଲିସ ଏନେଇ ମଧ୍ୟ ତଦନ୍ତ କରିବ ବୋଲି ସୁଚନା ମିଳିଛି । ସେପଟେ ଏସପି ଭାମୁ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାରେ କୌଣସି ପ୍ରକାର ପଲିଟିକାଲ ଲିଙ୍କ୍ ଥିବା ତଥ୍ୟ ସମ୍ନାକୁ ଆସି ନାହିଁ । ଯଦି ଏଭଳି କିଛି ରାଜନୈତିକ କନେକସନ ଥାଏ ତେବେ ସେନେଇ ଖୋଳତାଡ କରାଯିବ ବୋଲି ବରଗଡ଼ ଏସପି କହିଛନ୍ତି ।