ଆଜି ବରଗଡ଼ରେ ବିଜେପିର ଚକାବନ୍ଦ ଆନ୍ଦୋଳନ

21

କନକ ବ୍ୟୁରୋ: ବରଗଡ଼ ନିକଟ ତୋରା ଗାଁରେ ଚକଡ଼ା ପୋକ ଆକ୍ରମଣରେ ଫସଲହାନି ଘଟିବାରୁ ଅକ୍ଷୟ ଧରାଇ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିବାର ଅଭିଯୋଗ ଆସିବା ପରେ ଧାନ ଫସଲରେ ନିଆଁ ଲଗାଇ ଦେଇଛନ୍ତି ଚାଷୀ । ବରଗଡ଼ ନିକଟସ୍ଥ କଳାପାଣି ପଂଚାୟତରେ ଏହି ଘଟଣା ଘଟିଛି ।

ଚକଡ଼ା ପୋକ ପୁରା ଫସଲକୁ ଖାଇଯିବା ପରେ ଏଥିରେ ନିଆଁ ଲଗାଇ ଦେଇଛନ୍ତି ଚାଷୀ । ଆଉ ମାତ୍ର ୧୫ରୁ ୨୦ ଦିନ ଭିତରେ ଧାନ ଫସଲ ଅମଳ ହେବାକୁ ଥିବା ବେଳେ ଧାନ ଭିତରୁ ଚାଉଳ ଖାଇଯାଇଛନ୍ତି ଏହି ମାରାତ୍ମକ ପୋକ । ଚାଷୀଙ୍କ ପାଇଁ ସବୁଠାରୁ ମୁଣ୍ଡବ୍ୟଥାର କଥା ହେଉଛି, ଏହି ପୋକ ଉପରେ କୀଟନାଶକ କାମ କରୁନାହିଁ । କାରଣ ଏସବୁ ନିିମ୍ନମାନର । ଆହୁରି ସାଂଘାତିକ କଥା ହେଉଛି, ଏହି ନିମ୍ନମାନର କୀଟନାଶକକୁ ଯୋଗାଇ ଦେଇଛନ୍ତି ସରକାରଙ୍କ ସମବାୟ ବିଭାଗ । ଫଳରେ ବରଗଡ଼ରେ ସଙ୍କଟ ଭିତରକୁ ଠେଲି ହୋଇଯାଇଛି ଚାଷୀର ଭାଗ୍ୟ ।

ଅନ୍ୟପଟେ, ବରଗଡରେ ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି ରାଜ୍ୟ ସରକାର । ଯାହା ଫଳରେ ଚାଷୀ ଆତ୍ମହତ୍ୟା କରିବା ସହ ନିଜ ଫସଲରେ ନିଆଁ ଲଗାଇ ଦେଉଛି । ଏଭଳି ଅଭିଯୋଗ କରିଛି ବିଜେପି । ସରକାରଙ୍କ ଦୃଷ୍ଟି ଦେଉନଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ଜିଲା ବିଜେପି । ଆଜି ବରଗଡ ଜିଲ୍ଲାରେ ଚକାବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି ।