ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବିଜେପିର ବିରୋଧ : ବ୍ରହ୍ମପୁରରେ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଲେ ବିଜେପି କର୍ମୀ

18

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ଯୁବ ବିଜେପି କର୍ମୀ । କଳାପତାକା ଦେଖାଇବା ସହ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ବିଜେପି କର୍ମୀ । ପୁଲିସ ୫ରୁ ଅଧିକ ବିଜେପି କର୍ମୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ବରଗଡରେ ବିଜେଡି ନେତା ବିଧାୟକ ଓ କର୍ମୀ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା କରିବା ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କୁ ବିଜେପି ବିିରୋଧ ପ୍ରଦର୍ଶନ କରିଆସୁଛି । ଗତକାଲି ବାଲେଶ୍ୱରରେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିଜେପି ବିରୋଧ କରିଥିଲା । ଆଉ ଆଜି ବ୍ରହ୍ମପୁରରେ ମଧ୍ୟ ଏହାର ପୁନରାବୃତି ଘଟିଛି।