ବିଧାୟକ କିଶୋର ତରାଇଙ୍କ ନାଁରେ ବିଜେପିର ଏତଲା : କାର୍ଯ୍ୟାନୁଷ୍ଠାନ ନ’ହେଲେ ଅଣ୍ଡା ଓ ଠେଙ୍ଗାମାଡ ଧମକ

37

କନକ ବ୍ୟୁରୋ : କେନ୍ଦ୍ରାପଡା ବିଧାୟକ କିଶୋର ତରାଇଙ୍କ ନାଁରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ବିଧାନସଭା ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ବେଳେ କିଶୋର ତରାଇଙ୍କ ବାପାଙ୍କ ନାଁ ବଦଳାଇବାକୁ କେନ୍ଦ୍ରକରି ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିଛି ।

ଯଦି ବିଧାୟକଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନନିଆଯାଏ, ତେବେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାୟକଙ୍କୁ ଅଣ୍ଡା ଓ ଠେଙ୍ଗା ମାଡ କରିବାକୁ ଚେତାବନୀ ଦିଆଯୋଇଛି । ସେପଟେ ପେଣ୍ଠପାଳ ପଂଚାୟତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରସଙ୍ଗରେ ପଟ୍ଟାମୁଣ୍ଡାଇ ତହସିଲ ଅଫିସରେ ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି ।