ବିଜେପି କର୍ମୀଙ୍କୁ ବିଜେଡି ନେତାଙ୍କ ମାଡ ମାମଲା : ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ ଘେରିଲା ବିଜେପି

19

ବୌଦ୍ଧ : ମନମୁଣ୍ଡା ବିଜେପି କର୍ମୀଙ୍କୁ ବିଜେଡି ନେତାଙ୍କ ମାଡ ମାମଲାରେ ବୌଦ୍ଧରେ ଜିଲ୍ଳାପାଳଙ୍କ ଅଫିସ ଘେରିଲେ ବିଜେପି କର୍ମୀ । ସମସ୍ତ ସରକାର କାର୍ଯ୍ୟାଳୟ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହାନଦୀ ବିବାଦ ନେଇ ଧାରଣା ଦେବାକୁ ଯାଉଥିବା ୨ ମନ୍ତ୍ରୀଙ୍କ ଗାଡି ଆଗରେ କଳାପତାକା ଦେଖାଇଥିଲେ କିଛି ବିଜେପି କର୍ମୀ । ଏହାର ପ୍ରତିବାଦରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ନିର୍ଦ୍ଦେଶରେ ବିଧାୟକ, କର୍ମୀ ମିଳିତ ଭାବେ ଏହି କର୍ମୀଙ୍କୁ ଆକ୍ରମଣ କରିଥିଲେ । ଏନେଇ ମନମୁଣ୍ଡା ଥାନାରେ ଏତଲା ହୋଇଛି । ଏଥିରେ ମନ୍ତ୍ରୀ ସଂଜୟ ଦାସବର୍ମା, ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଯୁବ ବିଜେଡି ଉପସଭାପତି ବିଜୟ ନାୟକ, ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ ଓ ବିଏମସି କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ମନମୁଣ୍ଡା ଥାନାରେ ଏତଲା ଦାୟର ହୋଇଛି । ଏପଟେ  ମନମୁଣ୍ଡା ଗସ୍ତରେ ୫ ଜଣିଆ ବିଜେପି ପ୍ରତିନିଧି ଦଳ । ବିଧାୟକ ଦଳ ନେତା କେବି ସିଂହଙ୍କ ନେତୃତ୍ୱରେ ଏହି ଟିମ ଘଟଣା ସ୍ଥଳକୁ ଯାଇଛି । ଦଳରେ ସଜ୍ୱନ ଶର୍ମା, ଭୃଗୁ ବକ୍ସିପାତ୍ର, ପୃଥୀରାଜ ହରିଚନ୍ଦନ,ରବି ନାୟକ ଅଛନ୍ତି ।