ମମତା ମିମ୍ କେସ୍ : ଜେଲରୁ ମୁକ୍ତ ହେବା ପରେ ପ୍ରିୟଙ୍କା ଶର୍ମା ହେଲେ ଶକ୍ତ ! କହିଲେ ମୁଁ ଲଢିବି କିନ୍ତୁ କ୍ଷମା ମାଗିବି ନାହିଁ ।

319

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରି ଗିରଫ ହୋଇଥିବା ବିଜେପିର ୟୁଥ୍ ୱିଙ୍ଗ୍ ମହିଳା କାର୍ଯ୍ୟକର୍ତ୍ତା ପ୍ରିୟଙ୍କା ଶର୍ମାଙ୍କୁ ପୋଲିସ୍ ଗିରଫ କରିଥିଲା । ପ୍ରିୟଙ୍କାଙ୍କୁ ତକ୍ରାଳ ନ ଛାଡିବା ଦ୍ୱାରା ବୁଧବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି । କୋର୍ଟ ମଙ୍ଗଳବାର ପ୍ରିୟଙ୍କାଙ୍କୁ ମୁକ୍ତ କରିବା ପାଇଁ ଆଦେଶ ଦେଇଥିଲେ । ମଙ୍ଗଳବାର ମୁକ୍ତ ନ କରି ଔପଚାରିକ ପୁରଣ ନ ହୋଇଥିବା କଥା କହି ବୁଧବାର ସକାଳ ୯.୪୦ରେ ମୁକ୍ତ କରିବାକୁ ବଙ୍ଗଳା ସରକାର କହିଥିଲା । ସରକାରଙ୍କ ଏହି ଦଲିଲରେ କୋର୍ଟ ତରଫରୁ ପ୍ରଶ୍ନ କରାଯାଇଥିଲା ଯେ ଆମ ଆଦେଶ ପରେ ବି ପ୍ରିୟଙ୍କାଙ୍କୁ କାହିଁକି ମୁକ୍ତ କରାଯାଇନଥିଲା ? ଅନ୍ୟପକ୍ଷରେ ମୁକ୍ତ ହେବା ପରେ ପ୍ରିୟଙ୍କା କହିଛନ୍ତି ସେ ନିଜ ଲଢେଇ ଜାରି ରଖିବେ କିନ୍ତୁ କ୍ଷମା ମାଗିବେ ନାହିଁ ।

ANI

@ANI

ଆପଣଙ୍କୁ କହିରଖୁଛୁ ପ୍ରିୟଙ୍କାଙ୍କୁ ବୁଧବାର ସକାଳ ୯.୪୦ ରେ ମୁକ୍ତ କରାଗଲା ଏବଂ ସେ ସେଠାରୁ ବିଜେପି ଅଫିସରେ ଯାଇ ପହଂଚିଥିଲେ । ସେଠାରେ ଏକ ପ୍ରେସ୍ କନଫ୍ରେନ୍ସ କରାଯାଇଥିଲା ସେଥିରେ ପ୍ରିୟଙ୍କା କହିଥିଲେ ମୁଁ ଲଢେଇ ଜାରୀ ରଖିବି । ପ୍ରିୟଙ୍କା କହିଥିଲେ ମୋ ଜାମିନ୍ କାଲି ହିଁ ମଞ୍ଚୁର କରାଯାଇଥିଲା କିନ୍ତୁ ୧୮ ଘଣ୍ଟା ପର୍ଯ୍ୟନ୍ତ ମୁକ୍ତ କରାଯାଇନଥିଲା । ସେମାନେ ମୋତେ ମୋ ପରିବାର ଏବଂ ଓକିଲଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦେଉନଥିଲେ । ମୋତେ ଏକ କାଗଜରେ ହସ୍ତାକ୍ଷର କରିବାକୁ କୁହାଗଲା । ମୁଁ ଏହି କେସ୍ ରେ ଲଢିବି । ମୋତେ ଲାଗୁନି ଯେ ମୁଁ ଏଭଳି କିଛି କରିଛି ଯେଉଁଥିପାଇଁ ମୋତେ କ୍ଷମା ମାଗିବାକୁ ପଡିବ ।