ମହାରଥୀଙ୍କ ବହିଷ୍କାର ଦାବି । ଗାନ୍ଧୀ ଜୟନ୍ତୀରେ ଗର୍ଜିବ ବିଜେପି । ଆସନ୍ତା କାଲି ନବୀନ ନିବାସ ଘେରିବେ ବିଜେପି ମହିଳା ମୋର୍ଚ୍ଚା ।

30

କନକ ବ୍ୟୁରୋ: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମହିଳା ବିରୋଧୀ ବକ୍ତବ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତାକୁ ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ । ତେଣୁ ଆସନ୍ତା କାଲି ନବୀନ ନିବାସ ଘେରିବ ବିଜେପି ମହିଳା ମୋର୍ଚ୍ଚା ବୋଲି କହିଛନ୍ତି ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା । ମହାରଥୀଙ୍କ ଅପମାନଠାରୁ ନବୀନଙ୍କ ନିରବତା ଆହୁରି ଯନ୍ତ୍ରଣା ଦାୟକ । ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ଗାନ୍ଧୀ ଜୟନ୍ତୀରେ ଅହିଂସାତ୍ମକ ଭାବେ ଯାଉଥିବା ମହିଳା ମୋର୍ଚ୍ଚାର ପ୍ରତିନିଧିମାନଙ୍କୁ ଭେଟି ଆଲୋଚନା କରିବେ ବୋଲି ଦୃଢ ଆଶା କରୁଛୁ ବୋଲି ବିଜେପି ସଭାନେତ୍ରୀ କହିଛନ୍ତି ।

ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାନଗଲେ ଆନ୍ଦୋଳନକୁ କରାଯିବ ତୀବ୍ରତର କରାଯିବ । ସରକାରରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମହିଳା ବିରୋଧୀ ତଥା ନାରୀ ଜାତରି ଆତ୍ମସ୍ୱାଭିମାନଙ୍କୁ ବ୍ୟଥିତ କରିବା ଭଳି ବକ୍ତବ୍ୟ ସତ୍ୱେ ମୁଖ୍ୟମନ୍ତ୍ରୀଙ୍କର ନିରବତା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତୀ ।

ତେବେ ଓଡ଼ିଶାର ମହିଳା ସମାଜ ପ୍ରତି ଅସୈାଜନ୍ୟ ବକ୍ତବ୍ୟ ଯୋଗୁଁ ମର୍ମାହତ ଓ ଅପମାନିତ ବୋଲି କହିଛନ୍ତି ମହିଳା ମୋର୍ଚ୍ଚା ସଭାନେତ୍ରୀ । ମାତ୍ର ଏହି ଅପମାନଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା ଆହୁରି ଯନ୍ତ୍ରଣା ଦାୟକ ମହାରଥୀଙ୍କ ମାମଲାରେ ତାଙ୍କର ନୀରବତା ସ୍ପଷ୍ଟ କରୁଛି ବୋଲି ପ୍ରଭାତୀ କହିଛନ୍ତି ।