କନକ ବ୍ୟୁରୋ: ମହିଳାଙ୍କୁ ନେଇ ପ୍ରଦୀପ ମହାରଥୀ ଦେଇଥିବା ବକ୍ତବ୍ୟକୁ ନେଇ ବିବାଦ ଘନେଇବାରେ ଲାଗିଛି । ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇଥିବା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ମଧ୍ୟ ବିବାଦ ତେଜିବାରେ ଲାଗିଛି । ଯାହାର ଫାଇଦା ନେଇ ନେଇ ବିଜେପି ମହିଳା ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଯାହାକି ଆସନ୍ତା ଦୁଇ ଦିନ ଧରି ତୀବ୍ର ରପରେ ପରିଣତ ହେବ ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ।

pradeep maharathyମୁଖ୍ୟମନ୍ତ୍ରୀଙ୍କ ସତ୍ୟବାଦୀ ଗସ୍ତ ବେଳେ ମହିଳାମାନଙ୍କ କଥା କହି ମହାରଥୀ କହିଥିଲେ ଯେ, ୩୦ ହଜାର ମହିଳାଙ୍କ ସହ ସ୍ୱାମୀ ମିଶିଲେ ୬୦ ହଜାର ହେବେ । କିନ୍ତୁ ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇଥିବା କହିଛନ୍ତି । ମହାରଥୀଙ୍କ କହିବା କଥା ତାଙ୍କ ନିର୍ବାଚନମଣ୍ଡଳୀରେ ମାଆ ମାନଙ୍କୁ ସମ୍ମାନ କରନ୍ତି ଏବଂ ତାଙ୍କର ଅଭିଯୋଗ ଶୁଣନ୍ତି ବୋଲି ମହାରଥୀ କହିଛନ୍ତି । ତାଙ୍କ ବକ୍ତବ୍ୟର କଦର୍ଥ କରାଯାଇଛି । ଯାହାକୁ ନେଇ ସେ ମର୍ମାହିତ ବୋଲି କହିଛନ୍ତି ।

ସେପଟେ କାଲି ଠାରୁ ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବ୍ଲକ ଅଫିସ ମୁଖ୍ୟାଳୟ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଧାରଣା ଦେବେ । ଯେ ପର୍ଯ୍ୟନ୍ତ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ତୀବ୍ରତର କରାଯିବ । ଦୀର୍ଘ ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ କାହିଁକି ନବୀନ ସରକାର ଚୁପ୍ ବସିଛନ୍ତି ? ମହିଳାଙ୍କୁ ନେଇ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ ଏହା କ’ଣ ବିଜେଡ଼ି ସରକାରଙ୍କ ସମ୍ବିଧାନରେ ପ୍ରଣିତ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ।