କୁନ୍ଦୁଲି ପ୍ରସଙ୍ଗରେ ତାତିଲା ବିଜେପି ମହିଳା ମୋର୍ଚ୍ଚା ! ଚୁଡି ଧରି ମହିଳା କମିଶନଙ୍କ କାର୍ଯ୍ୟାଳୟକୁ ଧସେଇ ପସିଲେ

30

କନକ ବ୍ୟୁରୋ : କୁନ୍ଦୁଲି ପୀଡିତାଙ୍କ ମୃତ୍ୟୁ ପ୍ରସଙ୍ଗରେ ମହିଳା କମିଶନଙ୍କ ନିରବତାକୁ ନେଇ ତାତିଛି ବିଜେପି ମହିଳା ମୋର୍ଚ୍ଚା । କୁନ୍ଦୁଲି ଘଟଣାର ତଦନ୍ତ ରିପୋର୍ଟ ଦାବି କରି ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଧଶେଇ ପଶିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ । ଅଫିସ ଭିତରେ ଭଙ୍ଗାରୁଜା କରିଛନ୍ତି । ଏଥିସହ ଦୁଆର ମୁହଁରେ ଚୁଡି ହାର କରି ଟାଙ୍ଗିଛନ୍ତି । ଏନେଇ ବିଜେପି କହିଛି କୁନ୍ଦୁଲି ଘଟଣାକୁ ୪ ମାସ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତ ଧରା ପଡିନାହାନ୍ତି । ଏପରିକି ମହିଳା କମିଶନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗାଦି ବଞ୍ଚାଇବାରେ ସହାୟତା କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ତେବେ ବିଜେଡି କହିଛି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଢୁଥିବା ଦେଖି ବିଜେପି ଜଳୁଛି ।

ଅନ୍ୟପଟେ ଆଜି କୁନ୍ଦୁଲି ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ମୁଖ୍ୟ ଶାସନ ସଚିବ , ଗୃହ ବିଭାଗ ସଚିବ, ପୋଲିସ ଡିଜି, ସିବିଆଇ, କୋରାପୁଟ୍ ଏସପି ଓ ପଟାଙ୍ଗୀ ଆଇଆଇସିଙ୍କୁ ଏଥିରେ ପକ୍ଷ କରିଛନ୍ତି । ସେପଟେ ନ୍ୟାୟରେ ପକ୍ଷପାତିତା କରି କୁନ୍ଦୁଲି ପୀଡିତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ଭାଇ । କୋରାପୁଟ୍ ଜିଲ୍ଲା ଦୋ÷ରାଜଜ୍ଙ୍କ କୋର୍ଟରେ ସେ ମାମଲା ରୁଜୁ କରିଛନ୍ତି ।