ଲୋକସଭା ନିର୍ବାଚନ ଜିତିବା ଗୈରିକ ଦଳର ମାଷ୍ଟର ପ୍ଲାନ୍ ! ବିଜେପି ଫୋକସରେ ୫ ବର୍ଗର ଭୋଟର 

ଆଉ ମାତ୍ର କେଇଟା ଦିନ ପରେ ସାଧାରଣ ନିର୍ବାଚନ

134

କନକ ବ୍ୟୁରୋ : ଆଉ ମାତ୍ର କେଇଟା ଦିନ ପରେ ସାଧାରଣ ନିର୍ବାଚନ ।  ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସେତିକି ବଢୁଛି । ଜନତାଙ୍କ ନିକଟତର ହେବାକୁ ଚାଲିଛି ଅଙ୍କକଷା । ନିର୍ବାଚନ ତାରିଖ ଘୋଷଣା ପରେ କିଛି କିଛି ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି । ହେଲେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଏବେ ଯାଏଁ ପ୍ରାର୍ଥୀ ତାଲିକା ଜାରି କରିନାହାନ୍ତି । ଆଗାମୀ ଦିନେ ଦୁଇ ଦିନ ଭିତରେ ସମସ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବେ ବୋଲି ଆକଳନ କରାଯାଉଛି । ତେବେ ଏସବୁ ଭିତରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଭୋଟ ହାତେଇବା ଲାଗି ବିଜେପି ମଧ୍ୟ ରଣନୀତି ପ୍ରସ୍ତୁତି କରିସାରିଛି । ଉତ୍ତପ୍ରଦେଶରେ କେଉଁ କେଉଁ ବର୍ଗ ପାଖରେ ବିଜେପି ପହଞ୍ଚିବ ସେନେଇ ଫୁଲପ୍ରୁଫ୍ ପ୍ଲାନ୍ କରିସାରିଛି ଗୈରିକ ଦଳ ।

ଆଜିଠାରୁ ଉତ୍ତରପ୍ରଦେଶରେ ସମ୍ମିଳନୀ କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିବ । ଏଠାରେ ବିଜେପିର ଟାର୍ଗେଟରେ ଅଛନ୍ତି ୫ ବର୍ଗର ଭୋଟର । ଏହି ଭୋଟରଙ୍କୁ ଆକୃଷ୍ଟ କରିପାରିଲେ ଉତ୍ତରପ୍ରଦେଶ ବିଜୟ ସମ୍ଭବ । ଆଜିଠାରୁ ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଷୀ, ଅନୁସୂଚିତ ମୋର୍ଚ୍ଚା, ପଛୁଆ ବର୍ଗ, ମହିଳା ଏବଂ ଯୁବଗୋଷ୍ଠୀଙ୍କୁ ସାଧିବା ପାଇଁ ଚେଷ୍ଟା କରିବ ବଜେପି । ଏଠାରେ ବିଜେପିର ଶୀର୍ଷ ନେତାମାନେ ଏହି ୫ ବର୍ଗ ସହ ସିଧାସଳଖ ଆଲୋଚନା କରିବ ।

ଉତ୍ତରପ୍ରଦେଶର ରାଜ୍ୟ ସଭାପତି ଡ. ମହେନ୍ଦ୍ରନାଥ ପାଣ୍ଡେୟ ମାର୍ଚ୍ଚ ବୁଲନ୍ଦସହରରେ ଯୁବଗୋଷ୍ଠୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ଯୁବଗୋଷ୍ଠୀଙ୍କୁ ଷ୍ଟାର୍ଟଅପ, ଦକ୍ଷତା ବିକାଶ, ମୁଦ୍ରା ଯୋଜନା ସହିତ ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ବୁଝାଇବେ । ବିଜେପିର ଟାର୍ଗେଟରେ ଅଛନ୍ତି ଉତ୍ତରପ୍ରଦେଶ ଯୁବଗୋଷ୍ଠୀ । ଯୁବଗୋଷ୍ଠୀଙ୍କ ନିକଟରେ ପହଞ୍ଚିବା ସହ ଆକର୍ଷିତ କରିବା ଲାଗି ଚେଷ୍ଟାକରିବ ବିଜେପି । କାରଣ ଯୁବଗୋଷ୍ଠୀର ବିକାଶ ହେଲେ ଦେଶର ଉନ୍ନତି ହେବ । ଉତ୍ତର ପ୍ରଦେଶରେ ୧୪ କୋଟିରୁ ଅଧିକ ମତଦାତା ହେଉଛନ୍ତି ମଧ୍ୟରୁ ଏକ ଚତୁର୍ଥାଂଶ ହେଉଛନ୍ତି ଯୁବଗୋଷ୍ଠୀ । ୧୮ରୁ ୨୯ ବର୍ଷ ମଧ୍ୟରେ ମତଦାତାଙ୍କ ସଂଖ୍ୟା ୩.୭୪ କୋଟି । ଏହାବ୍ରତୀତ ବିଜେପି ପଛୁଆ ବର୍ଗ, ମହିଳା, ଅନୁସରୂଚିତ ଜନମୋର୍ଚ୍ଚା ପାଖରେ ପହଞ୍ଚିବ ବିଜେପି ।