ବୟୋଜ୍ୟେଷ୍ଠ ନେତାଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇବନି ବିଜେପି : ଯେଉଁମାନେ ଜିତିପାରିବେ, ତାଙ୍କୁ ମିଳିବ ଟିକେଟ୍

184

ଲୋକସଭା ନିର୍ବାଚନର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଉଥିବା ବିଜେପି ୭୫ ବର୍ଷ ପୁରା କରିସାରିଥିବା ନେତାଙ୍କ ନିର୍ବାଚନ ଲଢ଼ିବା ଉପରେ ସଂପୂର୍ଣ୍ଣ ରୂପେ ରୋକ୍ ଲଗାଇବନି ଏବଂ ଯେଉଁମାନେ ନିର୍ବାଚନ ଜିତିପାରିବେ, ତାଙ୍କୁ ଟିକେଟ୍ ଦିଆଯାଇପାରିବ । ସୂତ୍ର ଅନୁସାରେ, ବିଜେପି ସଂସଦୀୟ ବୋର୍ଡର ବୈଠକରେ ଶୁକ୍ରବାର ଦିନ ଲୋକସଭା ନିର୍ବାଚନର ପ୍ରସ୍ତୁତି ଓ ଦଳର ପ୍ରଚାର ଅଭିଯାନ ଉପରେ ଚର୍ଚ୍ଚା ହେଲା ।

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀ, ମୁରଲୀ ମନୋହର ଯୋଶୀ, ବିସି ଖଣ୍ଡୁରୀ, ଶାନ୍ତା କୁମାର, କରିୟା ମୁଣ୍ଡା ଭଳି ନେତା ୭୫ ବର୍ଷର ଆୟୁ ଅତିକ୍ରମ କରିସାରିଛନ୍ତି । ଏମିତିରେ ପ୍ରଶ୍ନ କରାଯାଉଥିଲା କି, ଏହି ନେତାଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ଦଳର ଟିକେଟ୍ ଦିଆଯିବ ।

ସୂଚନା ଅନୁସାରେ, ପାର୍ଟି ଏହା ନିଷ୍ପତ୍ତି ନେଇଛି କି, ୭୫ ବର୍ଷର ଆୟୁ ପୁରା କରିସାରିଥିବା ନେତାଙ୍କ ନିର୍ବାଚନ ଲଢ଼ିବା ଉପରେ ସଂପୂର୍ଣ୍ଣ ରୂପେ ରୋକ୍ ଲଗାଯାଇନି । ଯେଉଁମାନେ ନିର୍ବାଚନ ଜିତିପାରିବେ, ତାଙ୍କୁ ଟିକେଟ୍ ଦିଆଯିବ । ବୈଠକରେ ଦଳ ଆଗାମୀ ନିର୍ବାଚନରେ ନିଜର ଆଧାର ଓ ପରିସୀମା ବଢ଼ାଇବା ପାଇଁ ମେଣ୍ଟ ଉପରେ ଜୋର ଦେଲେ । ଦଳର ଜଣେ ନେତା ଜଣାଇଲେ କି, ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୧୬ରୁ ଅଧିକ ସହଯୋଗୀ ଦଳ ସହିତ ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ । ସେଇଠି ୨୦୧୯ରେ ସହଯୋଗୀଙ୍କ ସଂଖ୍ୟା ବଢ଼ି ଦୁଇ ଡଜନରୁ ପାର ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ନିର୍ବାଚନ ଲଢ଼ିବେ । ଏହା ବ୍ୟତୀତ ତାଙ୍କ ପାଇଁ ଅନ୍ୟ ସିଟ୍ ର ଫଇସଲା ପରେ କରାଯିବ ।