ବିଜେପି ବନାମ ବିଜେପି ! ପାଂଚ ଥରରେ ପାଂଚ ପ୍ରକାର କଥା କହୁଛନ୍ତି କେନ୍ଦ୍ରମନ୍ତ୍ରୀ

27

କନକ ବ୍ୟୁରୋ : ରାଜ୍ୟରେ ମହାନଦୀକୁ ନେଇ ଚାଲିଛି ରାଜନୀତିର ଲଢେଇ । ନବୀନଙ୍କୁ କାଉଂଟର କରିବାକୁ ଦିଲ୍ଲାରୁ ଧର୍ମେନ୍ଦ୍ର ଛାଡୁଛନ୍ତି ବାଉଁସର । ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ସହିବାକୁ ପଡୁଛି ନିଜ ଦଳରୁ ବିରୋଧ । ମହାନଦୀ ପ୍ରସଙ୍ଗରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଙ୍କ ଧର୍ମେନ୍ଦ୍ର ବିରୋଧୀ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ୍ଷମତାକୁ ନେଇ ଦଳରେ ଦୁଇ ହେବିୱେଟଙ୍କ ଏହି ଯୁଦ୍ଧ ଏବେ ହାଟରେ ପଡି ବାଟରେ ଗଙ୍ଗିଲାଣି ।

ପାଂଚ ଥରରେ ପାଂଚଟି କଥା କହୁଛନ୍ତି କେନ୍ଦ୍ରମନ୍ତ୍ରୀ । ମହାନଦୀ ପ୍ରସଙ୍ଗରେ ନିଜ ବ୍ୟକ୍ତିଗତ ଯୁକ୍ତିକୁ ନେଇ ଅଡି ବସିଥିବା ବିଜୟ ମହାପାତ୍ର, ଆଜି ପୁଣି ଆକ୍ରମଣତ୍ମାକ ମୁଦ୍ରାରେ । ସିଧାସଳଖ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କୁ । କେତେବେଳେ ସେ ବୁଝାମଣା କମିଟିକୁ ବିରୋଧ କରିଛନ୍ତି ତ ପୁଣି କେତେବେଳେ କେନ୍ଦ୍ର ଜଳ ସଂପଦ ମନ୍ତ୍ରଣାଳୟ ବିରୋଧରେ ବର୍ଷିଛନ୍ତି । ଆଉ ଏବେ ମହାନଦୀକୁ ନେଇ ବିଜେଡିକୁ ଚେକ୍ ଦେଇ ଆସୁଥିବା ଧର୍ମେନ୍ଦ୍ରଙ୍କୁ ସିଧାସଳଖ ନିଶାନା କରିଛନ୍ତି ।

ବିଜେଡିରୁ ବହିଷ୍କାର ହେବାର ୯ ବର୍ଷ ପରେ ବିଜେପିରେ ଯୋଗ ଦେଇଥିଲେ ବିଜୟ । ହେଲେ କ୍ୟାଡର ପାର୍ଟିରେ କିନ୍ତୁ କାମ କଲାନି ତାଙ୍କ ରାଜନୈତିକ ଅଭିଜ୍ଞତା । ଧିରେ ଧିରେ ଜାତୀୟ ଦଳରେ କଚ୍ଚଠେସା ହେବାର ଚର୍ଚ୍ଚା ହେଲା । ଏପରିକି ଦଳର ବଡ ବଡ କାର୍ଯ୍ୟକ୍ରମରୁ ମଧ୍ୟ ନିଜକୁ ଦୂରେଇ ରଖିଲେ । ଏପରିକି ପଂଚାୟତ ଭୋଟ୍ ପାଇଁ ଷ୍ଟାର କ୍ୟାମ୍ପେନର୍ ତାଲିକାରୁ ବାଦ୍ ପଡିବା ଓ ପରବର୍ତ୍ତି ସମୟରେ ତାଙ୍କ ନାଁ ଯୋଡାଯିବା ଘଟଣାରେ ମଧ୍ୟ ବିଜୟ କ୍ଷୋଭ ପ୍ରକାଶ କରିଥିଲେ । କେବଳ ସେତିକି ନୁହେଁ ରମଣ ସିଂଙ୍କୁ ଦଳର ଷ୍ଟାର୍ ପ୍ରଚାରକ ଭାବେ ଘୋଷଣାକୁ ମଧ୍ୟ ବିରୋଧ କରିଥିଲେ ।