କିରୋସିନ୍ ଲଗାଇଲା ନିଆଁ ! ଧର୍ମେନ୍ଦ୍ରଙ୍କୁ ମିଛୁଆ ମନ୍ତ୍ରୀ କହିବା ପରେ ଚିହିଁକି ଉଠିଲା ଦଳ

66

କନକ ବ୍ୟୁରୋ : କିରୋସିନକୁ ନେଇ ଓଡ଼ିଶା ରାଜନୀତିରେ ନିଆଁ । କିରୋସିନ କେବଳ ଗରିବ ପରିବାର ପାଇଁ, ରାଜ୍ୟ ପାଇଁ କିରୋସିନ କୋଟା କାଟିବା ଯଥାର୍ଥ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ପରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ବିଜେପି କହିଛି, ବର୍ତମାନ ଓ ପୂର୍ବତନ ଯୋଗାଣ ମନ୍ତ୍ରୀଙ୍କ ପକେଟକୁ କେତେ କମିଶନି ଅର୍ଥ ଯାଉଛି ତାହା ସ୍ପଷ୍ଟ ହେଉ । ଅନ୍ୟପଟେ ଧର୍ମେନ୍ଦ୍ର ଏହାର ତଦନ୍ତ କରନ୍ତୁ ବୋଲି କହିଛି ବିଜେଡି ।

ପ୍ରକୃତ କଥା ହେଉଛି- ଓଡ଼ିଶାର କିରୋସିନ କୋଟା ୩୬ ପ୍ରତିଶତ କାଟ୍ ନେଇ ପୂର୍ବରୁ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ବିବୃତି ଦେଇଥିଲେ । ହେଲେ ଧର୍ମେନ୍ଦ୍ର କହିଥିଲେ, ରାଜ୍ୟର ୪୦ ଲକ୍ଷ ପରିବାର ବିଜୁଳି ଓ ଗ୍ୟାସ୍ ସଂଯୋଗ ପାଇଥିବାରୁ କେବଳ ୬୦ ଲକ୍ଷ ପରିବାରଙ୍କୁ କିରୋସିନ ବଂଟାଯାଉ । ଏଭଳି ହେଲେ ରାଜ୍ୟରେ ପରିବାର ପିଛା ୨୪ ଲିଟର କିରୋସିନ ବଦଳରେ ୪୦ ଲିଟର କିରୋସିନ ମିଳିବ ।

ରାଜ୍ୟର ଗରିବ ଲୋକ କିଭଳି ଅଧିକ କିରୋସିନ ପାଇବେ ସେ ନେଇ ବାଟ ପ୍ରସ୍ତୁତ କରାଯିବା ଉଚିତ । କିନ୍ତୁ ଦୁଃଖର କଥା ହେଉଛି, ଏହାକୁ ନେଇ ରାଜନୀତି ଯେତେ ଜୋର୍ ହେଉଛି, କିରୋସିନ ଆବଂଟନରେ କଳାବଜାରୀ ଦୂର ରୋକିବା ପାଇଁ ସେତିକି ପଦକ୍ଷେପ ନିଆଯାଉନାହିଁ ।