ପଂଚାୟତ ସମୁଦ୍ରରେ ମହାନଦୀର ପାଣି ! ରମଣ ସିଂଙ୍କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

27

କନକ ବ୍ୟୁରୋ : ପଂଚାୟତ ସମୁଦ୍ରରେ ମିଶିବ ମହାନଦୀର ପାଣି । ଗାଁ ଦଖଲ ପାଇଁ ଲଢିବେ ଦୁଇ ପଡୋଶୀ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ନିଜ ମାଟିରେ ଚେକ୍ ଦେବେ ଛତିଶଗଡ ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡିଶାରେ ପ୍ରଚାର ପାଇଁ ଆସନ୍ତା ୯ ତାରିଖରେ ଆସୁଛନ୍ତି ରମଣ ସିଂ । ତେଣୁ ରମଣ ସିଂଙ୍କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ।

ତେବେ ବିଜେପିର ଏହି ଷ୍ଟାର୍ ଷ୍ଟ୍ରାଟେଜି ଏବେ ବିଜେଡିକୁ ଘାଇଲା କରିଛି । କାରଣ ପଶ୍ଚିମ ଓଡିଶାର ତିନି ତିନିଟି ଜିଲ୍ଲାରେ ରମଣ କରିବେ ପ୍ରଚାର । ତେଣୁ କ୍ଲିନ୍ ସୁଇପର ଆଶାରେ ଥିବା ବିଜେଡି ରମଣ ଆସିବା ପୂର୍ବରୁ ତାଙ୍କ ରାଜନୈତିକ ଚରିତ୍ରକୁ ନେଇ କଡା ମନ୍ତବ୍ୟ ଦେଇ ଚାଲିଛି । ସିଧାସଳଖ କହିଛି, ରମଣ ଓଡିଶାର ଶତ୍ରୁ ।

ସୁନ୍ଦରଗଡ, ବଲାଙ୍ଗିର ଓ ଝାରସୁଗୁଡା । ଆସନ୍ତା ୯ ତାରିଖରୁ ସିଂଙ୍କୁ ନେଇ ପଶ୍ଚିମ ଓଡିଶାରେ ବିଜୟର ବାନା ଉଡାଇବାକୁ ଲକ୍ଷ୍ୟ ରଖିଛି ବିଜେପି । କେବଳ ସେତିକି ନୁହେଁ ପ୍ରଚାର ଆଳରେ ରମଣ ମହାନଦୀ ଜଳ ବିବାଦ କିଛି ଗୁମର କଥା ଖୋଲିବାକୁ ଯୋଜନା ରଖିଥିବା ଚର୍ଚ୍ଚା ହେଉଛି । କାରଣ ବିଜେପି ଶାସିତ ଛତିଶଗଡ ଓ କେନ୍ଦ୍ର ସହ ଏହି ପ୍ରସଙ୍ଗରେ ବିଜେଡିର ଚାଲିଛି ଟକରାଟକରି ।

ବିଜେପିର ନାୟକ ବିଜେପି ପାଇଁ ଖଳନାୟକ । ତେବେ ରମଣଙ୍କୁ ନେଇ ରାଜନୀତି ପଂଚାୟତ ନିର୍ବାଚନର ତାତିକୁ ବଢାଇ ଦେଇଛି ।