ବିଜେପିର ଫ୍ଲପ୍ ସୋ

25

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲାରେ ବିଜେପିର ଫ୍ଲପ୍ ସୋ । ସୁନ୍ଦରଗଡ଼ ଓ ରାଉରକେଲା ରାଜନୀତିର ବିଜେପିର ମଙ୍ଗ ଧରୁଥିବା ଦିଲ୍ଲୀପ ରାୟ ମୁହଁ ମୋଡ଼ି ଦେବା ପରେ ଆସିଲେନି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ରମନ୍ତ୍ରୀଙ୍କ ଅନୁପସ୍ଥିତିରେ ପାଳିତ ହେଲା ବିକାଶ ଉତ୍ସବ । ତେବେ ଏହାକୁ ନେଇ ଜୋର ଧରିଲା ରାଜନୀତି । ବିଜେପି ନେତାମାନେ କହିଛନ୍ତି, ଏହା ଦିଲ୍ଲୀପ ରାୟଙ୍କ ଅଭିମାନ, ଅନ୍ତଦ୍ୱର୍ନ୍ଦ ନୁହେଁ ।

ଦିଲ୍ଲୀପ ରାୟ ପୂର୍ବରୁ କହିଦେଇଥିଲେ-ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାରେ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି । ସରକାର ପ୍ରତିଶୃତି ରଖିନଥିବାରୁ ବିକାଶ ଉତ୍ସବକୁ ବର୍ଜନ କରିବେ । ଆଉ ସେଇୟା ହେଲା । ଠିକ୍ ବିକାଶ ପର୍ବ ପୂର୍ବରୁ ଉଭାନ ହୋଇଗଲେ ଦିଲ୍ଲୀପ । ଆଉ କେନ୍ଦ୍ରମନ୍ତ୍ରୀ ବି ଯୋଗ ଦେଲେନି । ସେପଟେ ଆଉ ଏକ ଗୁରୁତ୍ୱପୁର୍ଣ୍ଣ ଘଟଣାକ୍ରମରେ ଦିଲ୍ଲୀପ ରାୟଙ୍କ ସମର୍ଥନରେ ବାହାରି ଆସିଛନ୍ତି କିଛି ବିଜେଡିର ବରିଷ୍ଠ ନେତା ।

ବିଜେପିର ବିକାଶ ଉତ୍ସବର ଏହି ରାଜନୀତି ଭିତରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ ନେଇ ସଫେଇ ରଖିଛନ୍ତି ନରେନ୍ଦ୍ର ସିଂହ ତୋମାର । ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ରାଉରକେଲା ଆସିପାରିନଥିବା ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ତେବେ ଅନ୍ୟ ତାରିଖରେ ଜୁଏଲଙ୍କ ସହ ରାଉରକେଲା ଆସିବେ ବୋଲି ସେ କହିଛନ୍ତି ।

ଏହା ସହ ବିକାଶ ପର୍ବରେ ସାମିଲ ହେବେନି ଦୁଇ କେନ୍ଦ୍ରମନ୍ତ୍ରୀ