ବରଗଡରେ ବଳ କଷାକଷି : ବିଜେପିର ବିକାଶ ଉତ୍ସବକୁ ବିଜେଡିର ବିରୋଧ

24

ବରଗଡ : ବିଜେପିର ବିକାଶ ଉତ୍ସବକୁ ବିରୋଧ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରି କଳା ପତାକା ପ୍ରଦର୍ଶନ କଲା ବିଜେଡି । ବରଗଡରେ ବିଜେପିର ବିକାଶ ଉତ୍ସବରେ ଯୋଗଦେବା ଲାଗି ଦୁଇ କେନ୍ଦ୍ରମନ୍ତ୍ରୀ ଆସୁଥିବାବେଳେ ଏମାନଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି ବିଜେଡି କର୍ମୀ । ସୋହେଲାଠାରେ କଳା ପତାକା ଦେଖାଇ ବିରୋଧ କରିଛନ୍ତି ବିଜେଡି କର୍ମୀ । ଦରଦାମ ବୃଦ୍ଧି, ଚାଷୀ ସମସ୍ୟା ଏବଂ ବୁଣାକାରଙ୍କ ସମସ୍ୟାର ସମାଧନ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରିବାକୁ ପୂର୍ବରୁ ନିଷ୍ପତି ନେଇଥିଲା ବିଜେଡି । ବାଲେଶ୍ୱର, ରାଉରକେଲା, ଭୁବନେଶ୍ୱର, ବ୍ରହ୍ମପୁର ପରେ ଆଜି ରାଜନୈତିକ ଶକ୍ତି ପ୍ରଦର୍ଶନର ପ୍ରୟୋଗଶାଳା ପାଲଟିଥିବା ବରଗଡରେ ବିଜେପିର ବିକାଶ ଉତ୍ସବ ପାଳନ କରିବାକୁ ଯାଉଛି । ମୋଦି ସରକାରଙ୍କ ଦୁଇ ବର୍ଷର ସଫଳତାର ହିସାବ ଦେବ ବିଜେପି ।