ଆଜି ବରଗଡରେ ବିଜେପିର ବିକାଶ ଉତ୍ସବ : ଯୋଗଦେବେ ଦୁଇ କେନ୍ଦ୍ର ମନ୍ତ୍ରୀ

50

ବରଗଡ : ବାଲେଶ୍ୱର, ରାଉରକେଲା, ଭୁବନେଶ୍ୱର, ବ୍ରହ୍ମପୁର ପରେ ଆଜି ବରଗଡରେ ବିଜେପିର ବିକାଶ ଉତ୍ସବ । ଏଥିରେ ଯୋଗଦେବେ କେନ୍ଦ୍ର ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏବଂ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟା କରଣ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଂଜନ ଜ୍ୟୋତି । ଏମାନେ ମୋଦି ସରକାରଙ୍କ ଦୁଇ ବର୍ଷର ସଫଳତାର ହିସାବ ଦେବେ । ସେପଟେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ବରଗଡ଼ ଗସ୍ତକୁ ବିଜେଡି ବିରୋଧ କରିବ ବୋଲି କହିଛି । ଦରଦାମ ବୃଦ୍ଧି, ଚାଷୀ ସମସ୍ୟା ଏବଂ ବୁଣାକାରଙ୍କ ସମସ୍ୟାର ସମାଧନ ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ କରିବାକୁ ନିଷ୍ପତି ହୋଇଛି । କେନ୍ଦ୍ର ସରକାର ୭ଟି ଯୋଜନାକୁ ବନ୍ଦ କରି ଦେଇଥିବା ବେଳେ ୨୬ଟି ଯୋଜନାରେ ସହାୟତା ଅନୁପାତକୁ ହ୍ରାସ କରିଦେଇଛି । ଯାହା ଓଡିଶା ଲୋକଙ୍କୁ ଉପହାସ ସଦୃଶ ବୋଲି ବିଜେଡି ଅଭିଯୋଗ କରିଛି ।