ଗାଈ ଥିଲା ମୁଦ୍ଦା, ଫଳାଫଳ ଆସିଲା ଗୋବର! ସୋସିଆଲ ମିଡିଆରେ ବିଜେପିକୁ ମଜାଳିଆ ଅନ୍ଦାଜରେ ସମାଲୋଚନା କଲେ ୟୁଜର୍ସ, ଦେଖନ୍ତୁ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ଟ୍ୱିଟ୍

934

୫ଟି ରାଜ୍ୟର ନିର୍ବାଚନ ଫଳାଫଳ ବିଜେପିକୁ ଦେଇଛି କଡା ଝଟକା । ଟ୍ରେଣ୍ଡ ଅନୁଯାୟୀ ସେମିଫାଇନାଲ-୨୦୧୮ରେ ୫-୦ରେ ପଛୁଆ ରହିଛି ବିଜେପି । ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସର ସରକାର ଗଢିବା ପ୍ରାୟତଃ ସ୍ଥିର ହୋଇସାରିଥିବା ବେଳେ ମଧ୍ୟପ୍ରଦେଶରେ ଏବେ ଯାଏଁ କାହାକୁ ମ୍ୟାଜିକ ନମ୍ବର ମିଳିନଥିଲେ ମଧ୍ୟ କଂଗ୍ରେସ ଆଗୁଆ ରହିଛି । କିନ୍ତୁ ଏହି ଫଳାଫଳ ବିଜେପିକୁ ଅଧିକ କ୍ଷତିଗ୍ରସ୍ତ କରିଛି । ଖାସକରି ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଜେପିର ୧୫ ବର୍ଷର ଗଡକୁ ଧସେଇ ପଶିଛି କଂଗ୍ରେସ । ରାଜସ୍ଥାନରେ ଚିରାଚରିତ ଭାବେ ସରକାର ବଦଳାଇବାର ପରମ୍ପରା ଜାରି ରହିଛି । ଏହି ଫଳାଫଳକୁ ନେଇ ଜାତୀୟ ରାଜନୀତି ସରଗରମ ଥିବା ବେଳେ ସୋସିଆଲ ମିଡିଆ ଓ ଟ୍ୱିଟରରେ ବିଜେପିର ମଜାକ ଉଡାଇଛନ୍ତି ୟୁଜର୍ସ । ବିଜେପିକୁ ଟ୍ରୋଲ କରିବା ସହ ମଜାଳିଆ ଢଙ୍ଗରେ ସମାଲୋଚନା କରିବାକୁ ପଛାଇନାହାନ୍ତି ୟୁଜର୍ସ ।

ଯେଉଁ ଅସ୍ତ୍ରରେ ବିଜେପି ବିରୋଧୀ ଦଳ ମାନଙ୍କୁ ଘାଇଲା କରୁଥିଲା । ଏବେ ସେହି ଅସ୍ତ୍ରରେ ନିଜେ ହେଉଛି ଘାଇଲା । ସୋସିଆଲ ମିଡିଆକୁ ବଡ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ବିଜେପିକୁ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଛି । ୟୁଜର୍ସ ମାନେ ମଜାଳିଆ ଢଙ୍ଗରେ ବିଜେପିକୁ ନେଇ ଏଭଳି କିଛି ଲେଖିଛନ୍ତି ଯାହା ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ ।


୩ଟି ରାଜ୍ୟରେ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ରହିବା ପରେ କ୍ରିକେଟର ରବୀନ୍ଦ୍ର ଜାଡେଜା ୟୁଜର୍ସ ଏହି ଫଟୋ ଛାଡି ଲେଖିଛନ୍ତି, ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅବସ୍ଥା କିଛି ଏହିଭଳି ଥିବ


ନିର୍ବାଚନ ଫଳାଫଳକୁ ନେଇ କ୍ରିକେଟର ରବୀନ୍ଦ୍ର ଜାଡେଜା ଲେଖିଛନ୍ତି,କଂଗ୍ରେସ ମୁଖପାତ୍ର ସାମ୍ନାରେ ଏବେ ବିଜେପି ମୁଖପାତ୍ର ଏହିଭଳି ଅବସ୍ଥାରେ ରହିଛନ୍ତି ।


ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅନ୍ୟ ଏକ ଫଟୋରେ ଏକ ଡଷ୍ଟବିନରେ ବିଜେପି ପତାକା ପଡିଥିବାର ଦେଖିବାକୁ ମିଳିଛି । ଆଉ ଏଥିରେ ଲେଖାଅଛି ଏହି ଫଟୋ ପାଇଁ କୌଣସି କ୍ୟାପସନର ଆବଶ୍ୟକତା ନାହିଁ


ମଧ୍ୟପ୍ରଦେଶରେ ବିଏସପିକୁ ନେଇ ଯେଉଁଭଳି ଚର୍ଚ୍ଚା ହେଉଛି ତାହା ଉପରେ ମଧ୍ୟ କମେଣ୍ଟ ଦେବାକୁ ଭୁଲି ନାହାନ୍ତି ୟୁଜର୍ସ


ଆଉ ଜଣେ ୟୁଜର୍ସ ବିଜେପିର ପରାଜୟକୁ ନେଇ ଯାହା ଲେଖିଛନ୍ତି ତାହା ଦେଖିଲେ ଆପଣ ହସି ହସି ଗଡିଯିବେ ।ନିର୍ବାଚନରେ ଗାଈଙ୍କୁ ବିଜେପି ମୁଦ୍ଦା କରୁଥିଲା ଫଳାଫଳ ଗୋବର ବାହାରିଲା ବୋଲି କ୍ୟାପସନରେ ଲେଖିଛନ୍ତି ୟୁଜର୍ସ ।
ଜଣେ ୟୁଜର ନିର୍ବାଚନ ଫଳାଫଳକୁ ନେଇ ବିଜେପି ସମର୍ଥକ ଓ ନ୍ୟୁଜ ଚ୍ୟାନେଲ ଉପରେ ମଧ୍ୟ କମେଣ୍ଟ ଦେବାକୁ ଭୁଲିନାହାନ୍ତି


ଜଣେ ବ୍ୟକ୍ତି ଇଭିଏମକୁ ନେଇ ମଜାଳିଆ ଅନ୍ଦାଜରେ କ୍ୟାପସନ ଦେବାକୁ ଭୁଲିନାହାନ୍ତି


ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କିଛି ଏଭଳି ଢଙ୍ଗରେ ସ୍ୱାଗତ କରିବେ ସୋନିଆ ଗାନ୍ଧୀ

ଥ୍ରୀ ଇଡିୟସର ରାଜୁ ଚରିତ୍ରର ଫଟୋ ଛାଡି ଜଣେ ୟୁଜର୍ସ ଲେଖିଛନ୍ତି ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ସମର୍ଥକଙ୍କ ଖୁସିର ଲୁହ

ସଂସଦ ପରିସରରେ ମୋଦିଙ୍କ କୁଣ୍ଢାଇଥିବାର ଫଟୋ ଛାଡି ଜଣେ ଲେଖିଛନ୍ତି ନିବାର୍ଚନ ଫଳାଫଳ ମୋଦିଙ୍କୁ କୁଣ୍ଢାଇବାର କମାଲ


ଜଣେ ୟୁଜର୍ସ ଟ୍ୱିଟରରେ ନିର୍ବାଚନର ଫଳାଫଳକୁ ନେଇ ମୋଦି ଓ ଯୋଗୀଙ୍କ ବାର୍ତ୍ତାଳାପର ମଜାଳିଆ ଫଟୋ ଛାଡିଛନ୍ତି ।


ଆଉ ଜଣେ ୟୁଜର୍ସ ମୋଦିଙ୍କ ଡୁପ୍ଲିକେଟଙ୍କ ଫଟୋ ଛାଡି ମଜାଳିଆ କମେଣ୍ଟ କରିଛନ୍ତି


ମଧ୍ୟପ୍ରଦେଶରେ ନିର୍ବାଚନ ଫଳାଫଳକୁ ନେଇ ବିଜେପି ଯେଉଁ କସରତ ଆରମ୍ଭ କରିଛି ସେନେଇ ଜଣେ ଯୁଜର୍ସ ମଜାଳିଆ ଢଙ୍ଗରେ କିଛି ଏଭଳି ଲେଖିଛନ୍ତି