ସେନା, ଯୁଦ୍ଧ ବିମାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରିଣ୍ଟ ଥିବା ଶାଢ଼ୀ ଲଂଚ କରିବ ବିଜେପି ! ଶାଢ଼ୀର ମୂଲ୍ୟ ପାଖାପାଖି ୬୫୦ ଟଙ୍କା

144

ଲୋକସଭା ନିର୍ବାଚନକୁ ନଜରରେ ରଖି ବିଜେପି ବିଶେଷ ପ୍ରକାରର ଶାଢ଼ୀ ତିଆରି କରିଛି । ସୈନିକ, ଯୁଦ୍ଧ ବିମାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିଣ୍ଟ ଥିବା ଶାଢ଼ୀକୁ ଦଳ ଶୀଘ୍ର ଲଂଚ କରିପାରେ । କୁହାଯାଉଛି କି, ବିଜେପି ଏହା ମାଧ୍ୟମରେ ପ୍ରଚାରକୁ ଗତିଶୀଳ କରିବ, ଯେବେକି ନିକଟରେ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳଙ୍କୁ ଚେତାବନୀ ଦେଇଥିଲେ କି, ସେମାନେ ସେନା ଓ ସୈନ୍ୟକର୍ମୀଙ୍କ ଫଟୋ ଓ ନାଁର ବ୍ୟବହାର କରିପାରିବେନି ।

ଏୟାର ଷ୍ଟ୍ରାଇକ ଥିବା ଶାଢ଼ୀ ବ୍ୟତୀତ ଆଉ ଏକ ଶାଢ଼ୀ ମଧ୍ୟ ଅଛି । ଯାହାକି କ୍ରିମ୍, କମଳା ରଙ୍ଗ ଓ ସବୁଜ ରଙ୍ଗର । ସେଥିରେ ପିଏମ୍ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଅନ୍ୟ ପାର୍ଟି ନେତାଙ୍କ ଫଟୋ ଛପାଯାଇଛି । ସେଥିରେ ବସୁନ୍ଧରା ରାଜେଙ୍କ ଚେହେରା ମଧ୍ୟ ରହିବ । ଏକ ଖବର କାଗଜ ମୁତାବକ, ଅନ୍ୟ ଏକ ଶାଢ଼ୀ କମଳା ରଙ୍ଗ ଓ ସବୁଜ ରଙ୍ଗର ହେବ । ସେଥିରେ ଦଳର ନିର୍ବାଚନ ଚିହ୍ନ ପଦ୍ମର ଡିଜାଇନ୍ ହେବ ।

ସୂଚନା ମୁତାବକ, ଡିଜିଟାଲ ପ୍ରିଂଟ କରାଯାଇଥିବା ଏହି ଶାଢ଼ୀର ମୂଲ୍ୟ ପାଖାପାଖି ୬୫୦ ଟଙ୍କା କୁହାଯାଉଛି । ଯେବେକି ସାଧା ଶାଢ଼ୀ ୧୫୦ ଟଙ୍କାର ହେବ । ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷ ମଧୁ ଶର୍ମା କହିଛନ୍ତି କି, ମୋଦିଜୀ ଜନତାଙ୍କ ମଧ୍ୟରେ ସବୁଠାରୁ ଲୋକପ୍ର୍ରିୟ ନେତା । ମହିଳା ଏହି ଶାଢ଼ୀର ଅର୍ଡର ଦେବେ ଓ ସାଧାରଣ ନିର୍ବାଚନ ପ୍ରଚାରକୁ ଧ୍ୟାନରେ ରଖି ଏହାର ବ୍ୟବହାର କରିବେ ।