ଦଳୀୟ ଗସ୍ତ, ସରକାରୀ ଏଜେଣ୍ଡା ! କାର୍ଯ୍ୟକ୍ରମ କାର୍ଯ୍ୟକାରିଣୀ ଲକ୍ଷ୍ୟ ସରକାରୀ ସମୀକ୍ଷା

24

କନକ ବ୍ୟୁରୋ : କେନ୍ଦ୍ର ସରାକରଙ୍କ ଯୋଜନା ରାଜ୍ୟରେ ଠିକ ଭାବେ ପରିଚାଳିତ ହେଉଛି କି ନାହିଁ ସମୀକ୍ଷା କରିବେ କେନ୍ଦ୍ର ମନ୍ତ୍ରୀ । ସଙ୍ଘୀୟ ବ୍ୟବସ୍ଥାରେ ଏହା କିଛି ନୂଆ କଥା ନୁହେଁ । କିନ୍ତୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଓଡିଶା ଗସ୍ତରେ ଆସିବା ବେଳେ ବିଭିନ୍ନ ମନ୍ତ୍ରଣାଳୟର ସଚିବ ଏଳି ସମୀକ୍ଷା କରିବାର ଯୋଜନା ରହିଛି । ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି

ଆସନ୍ତା ୧୫ ଓ ୧୬ ତାରିଖରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଓଡିଶାରେ ବସିବାକୁ ଯାଉଛି । ଦୁଇ ଦିନ ଧରି ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ କେନ୍ଦ୍ରମନ୍ତ୍ରୀ ଓଡିଶାରେ ରହିବେ । ଏସବୁ ଭିତରେ ଚର୍ଚ୍ଚା ଚାଲିଛି ଯେ କୁଆଡେ ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଓ ସଚିବ ମାନେ ଓଡିଶାରେ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରୀତା ନେଇ ସମୀକ୍ଷା କରିବେ । ବିଶେଷକରି ପଂଚାୟତିରାଜ, ସ୍ୱାସ୍ଥ୍ୟ ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ସମୀକ୍ଷା ହୋଇପାରେ । ଦଳୀୟ ଗସ୍ତରେ ଆସି ସରାକରୀ କାର୍ଯ୍ରକ୍ରମରେ ଯୋଗ ଦେବା ଏଜେଣ୍ଡାକୁ ନେଇ ଆରମ୍ଭ ହୋିଛି ବଡଧରଣର ବାକ ବିତଣ୍ଡା ।

ବିଜେପିର କାର୍ଯ୍ୟକାରିଣୀର ପ୍ରଭାବକୁ ନେଇ ରାଜନୈତିକ ଶିବରରେ ହଟଚମଟ ଲାଗିରହିଛି । ଏହାରି ଭିତରେ କେନ୍ଦ୍ର ସରକାରଙ୍କ ସମୀକ୍ଷା କଥା ଶୁଣିବା ପରେ ବିଜେଡିରେ ସୃଷ୍ଟି ହୋଇଛି କନଫ୍ୟୁଜନ । ସଙ୍ଘୀୟ ବ୍ୟବସ୍ଥାକୁ ସ୍ୱୀକାର କରି ସମୀକ୍ଷାକୁ ସ୍ୱାଗତ କରାଯିବ ନା ରାଜନୀତିର ରଙ୍ଗମାରି ଫାଇଦାନେବାକୁ ଚେଷ୍ଟା କରିବ ବିଜେଡି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-