ନଭେମ୍ବର ୮କୁ ‘କଳାଟଙ୍କା ବିରୋଧୀ ଦିବସ’ ରୂପେ ପାଳିବ ବିଜେପି !

24

କନକ ବ୍ୟୁରୋ : ବିମୁଦ୍ରାୟନର ପ୍ରଥମ ବାର୍ଷିକୀ ନଭେମ୍ବର ୮ ତାରିଖକୁ ବିଜେପି ‘କଳାଟଙ୍କା ବିରୋଧୀ ଦିବସ’ ରୂପେ ପାଳନ କରିବ ବୋଲି ବୁଧବାର ଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି । ଗତବର୍ଷ ବଡ଼ ନୋଟ୍‌ଗୁଡ଼ିକୁ ଅଚଳ ଘୋଷଣା କରିବାର ପଦକ୍ଷେପ ନେଇ ସରକାର ବିରୋଧୀ ଦଳର ସମାଲୋଚନାର ସରବ୍ୟ ହୋଇଥିଲେ । ବିରୋଧୀମାନଙ୍କୁ ମୁକାବିଲା କରିବାକୁ ବିଜେପି ‘କଳାଟଙ୍କା ବିରୋଧୀ ଦିବସ’ ପାଳନ କରୁଛି ବୋଲି ଜଣାପଡ଼ିଛି । ନଭେମ୍ବର ୮ ତାରିଖକୁ ‘କଳାଟଙ୍କା ବିରୋଧୀ ଦିବସ’ ଭାବେ ପାଳିବାର ଯୋଜନା କରି ଦଳର ବରିଷ୍ଠ ନେତାମାନେ ଦେଶବ୍ୟାପୀ ଜନସାଧାରଣଙ୍କୁ ବିମୁଦ୍ରାୟନର ଉପକାର ସଂକ୍ରାନ୍ତରେ ସୂଚନା ଦେବେ ।

ବିମୁଦ୍ରାୟନକୁ ବିରୋଧ କରିଥିବାରୁ କଂଗ୍ରେସକୁ କଟୁ ସମାଲୋଚନା କରି ଜେଟ୍‌ଲୀ କହିଛନ୍ତି ଯେ କ୍ଷମତାରେ ଥିବାବେଳେ କଳାଟଙ୍କାର ବିପତ୍ତିକୁ ରୋକିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା । କ୍ଷମତାରେ ରହିବାକୁ କଂଗ୍ରେସର ଯଥେଷ୍ଟ ସୁଯୋଗ ଥିଲା । କଳାଟଙ୍କା ବିରୋଧରେ ଗୋଟିଏ ହେଲେ ପଦକ୍ଷେପ ସେମାନେ ଗ୍ରହଣ କରିଥିବା କଥା କାହିଁ ମୋର ମନେ ପଡୁନାହିଁ । ସେମାନେ ଭାରତକୁ ଛାୟା ଅର୍ଥନୀତିରେ ରହିଥିଲେ । ଯେଉଁମାନେ ଦେଶକୁ ଧ୍ୱଂସ କରିଛନ୍ତି ସେମାନେ ଏବେ ନୈତିକତା ପୂର୍ଣ୍ଣ ଭାଷଣ ଦେଉଛନ୍ତି ।