ଆଜିଠୁ ଆରମ୍ଭ ବିଜେପିର ‘ବିଜୟ ସଂକଳ୍ପ ଅଭିଯାନ’: ଦୁଇ ପ୍ରମୁଖ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ

୭ଦିନିଆ କାର୍ଯ୍ୟକ୍ରମରେ ଦଳ କରିବ ୫ ହଜାରରୁ ଅଧିକ ସଭା

136

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ବିଜେପିର ବିଜୟ ସଂକଳ୍ପ ଅଭିଯାନ । ଆସନ୍ତା ୧୭ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ । ଏହି ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ସଂପର୍କରେ ଅବଗତ କରାଯିବା ସହ ଦୁଇଟି ନିର୍ଣ୍ଣାୟକ ମୁଦ୍ଦା ପ୍ରସଙ୍ଗରେ ବିଶେଷ ଗୁରୁତ୍ୱ ଦେଉଛି ଦଳ । ପ୍ରଥମଟି ହେଲା ନବୀନ ସରକାର ବଦଳିବା ଦରକାର ଏବଂ ଅନ୍ୟଟି ହେଲା ମୋଦି ସରକାର ଆସିବା ଦରକାର ।

ସେହିପରି ଏହି ୭ ଦିନିଆ ଅଭିଯାନରେ ରାଜ୍ୟରେ ପାଖାପାଖି ୫ ହଜାରରୁ ସାଢେ ୫ ହଜାର ସଭା ଆୟୋଜିତ କରିବ ଦଳ  ଏବଂ ଏହି ସଭା ମାଧ୍ୟମରେ ରାଜ୍ୟ ପ୍ରତି ପ୍ରଧାନମନ୍ତ୍ରୀଙ୍କର ପୂରା ୬୦ ମାସର ଅବଦାନ ସଂପର୍କରେ ଦଳ ସିଧାସଳଖ ଭାବରେ ଜନାତଙ୍କ ନିକଟରେ ଉପସ୍ଥାପନା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ବିଜେପିର ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଗଢ଼ିବା । ଏବଂ ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଗଢ଼ିବା । ତେବେ ପୂର୍ବରୁ ବିଜେପି ‘ମୋ ଘର ବିଜପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ କରି ବିଜେପି କର୍ମୀମାନେ ଘର ଆଗରେ ପତାକା ମାରି ଦବଦବା ଦେଖାଇଛନ୍ତି । ଏବେ ବିଜେପିର ଏହି ଅଭିଯାନ ଦ୍ୱାରା ଆହୁରି କିଛି ଲୋକ ବିଜେପି ପ୍ରତି ଆକୃଷ୍ଟ ହେବେ ବୋଲି ଆଶା କରାଯାଇଛି । ରାଜ୍ୟର ସାଢ଼େ କୋଟି ଲୋକଙ୍କ ପାଖରେ ବିଜେପିର ଉନ୍ନତି ମୂଳକ କାର୍ଯ୍ୟକ୍ରମ ପହଁଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।