ଗାଁ ଗାଁରେ ପହଁଚିବ ମୋଦି ମନ୍ତ୍ର : ସରକାରର ତୃତୀୟ ବର୍ଷ ପୂର୍ତି ପାଇଁ ମୋଦି ମେଳା

28

କନକ ବ୍ୟୁରୋ : ମୋଦି ସରକାରର ୩ ବର୍ଷ ପୂର୍ତି ଅବସରରେ ବଡ ଧରଣର ପ୍ରଚାର ପ୍ରସାର କରିବାକୁ ଯାଉଛି ବିଜେପି । ଓଡିଶାର ୩୦ଟି ଜିଲ୍ଲାରେ ମୋଦି ମେଳା ଆୟୋଜିତ ହେବ । ମେ ୨୬ରୁ ଆରମ୍ଭ ହେବାକୁ ଥିବା ଏହି ମୋଦି ମେଳାରେ ବିଜେପି ସରକାରର ଜନକଲ୍ୟାଣ ଓ ଗରିବ ବିକାଶ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରାଯିବ । କେନ୍ଦ୍ର ବିଜେପିର ଏଭଳି ଆୟୋଜନରେ ଚିନ୍ତାରେ ପଡିଯାଇଛି ବିଜେଡି ।