ଚର୍ଚ୍ଚାରେ ବିଜେପି ପ୍ରାର୍ଥୀଙ୍କ ବିବାଦୀୟ ବୟାନ: ‘ଭାରତ ମାତା କି ଜୟ’ ନକହିବାରୁ, ସେମାନେ କଣ ପାକିସ୍ତାନୀ ବୋଲି କଲେ ପ୍ରଶ୍ନ

ବିଜେପି ଟିକେଟରେ ଆଦମପୁରରୁ ନିର୍ବାଚନ ଲଢୁଛନ୍ତି ଟିକଟକ୍ ଷ୍ଟାର ସୋନାଲୀ ଫୋଗଟ

416

କନକ ବ୍ୟୁରୋ: ଟିକଟକ ଷ୍ଟାର ଓ ବିଜେପି ପ୍ରାର୍ଥୀ ସୋନାଲୀ ଫୋଗଟଙ୍କ ବିବାଦୀୟ ବୟାନ । ହରିୟାଣାର ଆଦମପୁର ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ସୋନାଲୀ ଫୋଗଟ ତାଙ୍କ ନିର୍ବାଚନୀ ରାଲିରେ ଏପରି କିଛି କହିଛନ୍ତି ଯାହାକୁ ନେଇ ଏବେ ତାଙ୍କୁ କ୍ଷମା ମାଗିବାକୁ ପଡିଛି । ‘ଭାରତ ମାତା କି ଜୟ’ ବୋଲି ଧ୍ୱନି ନଲଗାଇବାରୁ ସମସ୍ତଙ୍କୁ ପାକିସ୍ତାନୀ ବୋଲି କହିଛନ୍ତି ସୋନାଲୀ ଫୋଗଟ । ବିବାଦ ବଢୁଥିବା ଦେଖି ଏହି ଟିକଟିକ୍ ଷ୍ଟାର ଜଣକ କ୍ଷମା ମାଗିଛନ୍ତି ।

ତେବେ ସୋନାଲୀଙ୍କ ଏହି ବୟାନକୁ ନେଇ ବିବାଦ ବଢିବା ପରେ ଏହାକୁ ନେଇ କ୍ଷମା ମାଗିଛନ୍ତି ସୋନାଲୀ । ସଭାରେ କିଛି ସ୍ଥାନୀୟ ଯୁବକ ଥିଲେ ଯେଉଁମାନେ ଭାରତ ମାତା କି ଜୟ ଧ୍ୱନି ଲଗାଇନଥିଲେ ଏଥିରେ କ୍ଷୁବ୍ଧ ହୋଇ ସେ ଏପରି କହିଥିବା କହିଛନ୍ତି ସୋନାଲୀ । ତେବେ ତାଙ୍କର ଏପରି ବୟାନରୁ କାହାକୁ କଷ୍ଟ ହୋଇଥିଲେ ସେ ସେଥିପାଇଁ ଦୁଃଖିତ ବୋଲି ସୋନାଲୀ କହିଛନ୍ତି ।

 

ସୋସିଆଲ ମିଡିଆ ସେନସେସନ ସୋନାଲୀ ଫୋଗଟ । ଅନେକ ସମୟରେ ଟିକଟକରେ ଭିଡିଓ ତିଆରି କରି ଚର୍ଚ୍ଚାରେ ରହିଆସିଛନ୍ତି । ଲୋକେ ତାଙ୍କ ଭିଡିଓକୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ଏହିଭଳି ଟିକଟକ ଭିଡିଓ କରି ରାତାରାତି ସୋସିଆଲ ମିଡିଆରେ ଚର୍ଚ୍ଚିତ ପାଲଟିଯିବା ପରେ ତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ହରିୟାଣା ଆଦମପୁର ଆସନରୁ ସେ ବିଧାୟକ ଭାବେ ବିଜେପି ଟିକେଟରେ ଲଢୁଛନ୍ତି ।