ନଗଡ଼ାକୁ ନେଇ ଜୋର ଧରିଲା ରାଜନୀତି : ଆଜି ଅନୁଧ୍ୟାନ ପାଇଁ ଯାଉଛି ବିଜେପି ଟିମ୍

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନଗଡାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଆଜି ନଗଡ଼ା ଗସ୍ତ କରୁଛି ବିଜେପି ଟିମ୍ । ବିଜେପି ବିଧାୟକ ରବିନାରାୟଣ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ଯାଜପୁର ଜିଲ୍ଲା ନଗଡ଼ା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ । ଦଳରେ ରବିନାରାୟଣ ନାୟକଙ୍କ ସମେତ ପ୍ରଦୀପ ପୁରୋହିତ, ସମୀର ଦେ, ସଂଚିତା ମହାନ୍ତି, ସୁକେଶ ଓରାମ ଏବଂ ସମୀର ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି । ରାଜ୍ୟ ସରକାରଙ୍କ ଅପରାଗତା ଯୋଗୁଁ ନଗଡ଼ାରେ ୧୯ ଜଣ ଶିଶୁଙ୍କ ପ୍ରାଣ ଯାଇଥିବା ଅଭିଯୋଗ କରିଛି ବିଜେପି । ସେପଟେ ସୁକିନ୍ଦା ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ନଗଡ଼ା ସ୍ଥିତି ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନଗଡ଼ା ସ୍ଥିତିର ମୁକାବିଲା କରାଯାଉଥିବା ସେ କହିଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ତେବେ ବିଧାୟକ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଆଦିବାସୀ ବ୍ୟାପର ମନ୍ତ୍ରୀ ହୋଇଥିଲେ ସୁଦ୍ଧା ନଗଡ଼ା ଲୋକଙ୍କ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ଏପଟେ କଂଗ୍ରେସ ବି ନଗଡ଼ା ସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ଗଣମାଧ୍ୟମ ପ୍ରତିନିଧି ଯଦି ନଗଡ଼ାରେ ପହଂଚି ଖବର ସଂଗ୍ରହ କରିପାରୁଛନ୍ତି, ତେବେ ପ୍ରଶାସନ କେମିତି ଗାଁରେ ପହଂଚି ପାରୁନାହିଁ ବୋଲି ଦଳ ପ୍ରଶ୍ନ କରିଛି ।