ବିଜେପି ସଂସଦୀୟ ଦଳର ଆଜି ଗୁମୁଡୁମାହା ଗସ୍ତ : ଏନକାଉଂଟର ସ୍ଥଳକୁ ଯାଇ ଅନୁଧ୍ୟାନ କରିବ ଦଳ

30

ବାଲିଗୁଡା : ବାଲିଗୁଡାରେ ପହଂଚିଛି ବିଜେପି ସଂସଦୀୟ ଦଳ । ପୂର୍ତ ବିଭାଗ ଡାକ ବଙ୍ଗଳାରେ ଆଜି ସକାଳୁ ପହଂଚିଛି ଟିମ୍ । ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ବିନୟ ସହସ୍ର ବୁଦ୍ଧେ, ସାଂସଦ ଜ୍ୟୋତି ଧ୍ରୁବେ ଓ ଶ୍ରୀରାମ ବିଚାର ନେତାମ ଗତକାଲି ଭୁବନେଶ୍ୱରରେ ପହଂଚିବା ପରେ କନ୍ଧମାଳ ଗସ୍ତ କରିଥିଲେ । ଏମାନଙ୍କ ରାଜ୍ୟ ବିଜେପିର ତୁଙ୍ଗ ନେତା ବି ବାଲିଗୁଡାରେ ପହଂଚିଛନ୍ତି । ବରିଷ୍ଠ ନେତା ପ୍ରତାପ ଶଡଙ୍ଗୀ, ଗୋଲକ ନାୟକ, ଲେଖାଶ୍ରୀ ସାମନ୍ତ ସିଂହାର ଓ ଶିଶିର ଗମାଙ୍ଗଙ୍କ ସହ ଅନ୍ୟ କିଛି ପ୍ରମୁଖ ନେତା ମଧ୍ୟ ଅଛନ୍ତି । ଏମାନେ ଆଜି ଗୁମୁଡୁମାହା ଗସ୍ତ କରି ଏନକାଉଂଟର ସ୍ଥଳ ପରିଦର୍ଶନ କରିବେ । ସେହିପରି ଗୁଳିକାଣ୍ଡରେ ମୃତାହତଙ୍କ ପରିବାରକୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିବେ । କନ୍ଧମାଳରେ ସଂପୂର୍ଣ୍ଣ ଘଟଣାର ଅନୁଧ୍ୟାନ କରିବା ପରେ ଏହି ଦଳ ଦିଲ୍ଲୀ ଫେରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରିପୋର୍ଟ ଦେବ ।