କିଏ କମାଇଲା ଦାମଙ୍କ ଦମ୍ ! ନିଜକୁ ଅସହାୟ କହି ଅଡୁଆରେ ମନ୍ତ୍ରୀ

1

କନକ ବ୍ୟୁରୋ : ବିଧାନସଭାରେ ମନ୍ତ୍ରୀ ଦାମ ରାଉତଙ୍କ ଅସହାୟ ମନ୍ତବ୍ୟକୁ ନେଇ ସରଗରମ ରାଜ୍ୟ ରାଜନୀତି । କାହିଁକି ସମବାୟ ମନ୍ତ୍ରୀ କହିଲେ, ସେ ଅସହାୟ । ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଛି ବିଜେପି । କହିଛି, ମନ୍ତ୍ରୀ ଅସହାୟ ମାନେ ସରକାର ବି ଅସହାୟ । ତେବେ ବଲାଙ୍ଗିର ଚିିନି କଳ ପ୍ରସଙ୍ଗ ପଛରେ ଦାମ ବାବୁ କାହାକୁ ଇଙ୍ଗିତ କରିଛନ୍ତି, ତାହା ସ୍ପଷ୍ଟ ବାରି ହୋଇପଡୁଛି ।

ତେବେ କାହିଁକି ନିଜକୁ ଅସହାୟ ମଣିଲେ ଦାମବାବୁ? କାହିଁକି କହିଲେ ସେ ଅଯୋଗ୍ୟ? ଆଗରୁ ସେ ଅସହାୟ ଥିଲେ ନା ଏବେ ହୋଇଯାଇଛନ୍ତି । ରାଜ୍ୟ ଶାସନରେ ଅମଲାଙ୍କ ଗୁରୁତ୍ୱରେ ଅସହାୟ ହୋଇପଡିଛନ୍ତି କି ଦଳର ଏହି ବରିଷ୍ଠ ନେତା । ପୂର୍ବରୁ ମନ୍ତ୍ରୀଙ୍କ କଥା ଅମଲା ମାନୁନଥିବା ସେ ଖୋଲାଖୋଲି କହିଛନ୍ତି । ଏପରିକି ଅମଲାଙ୍କ ଇଙ୍ଗିତରେ ସରକାର ଚାଲୁଥିବା ବାରମ୍ବାର କହୁଛନ୍ତି । ଏଭଳି ସ୍ଥିତିରେ ଦାମଙ୍କ ଅସହାୟତା ଇଙ୍ଗିତ କରୁଛି ଅମଲାଙ୍କ ଆଡକୁ ।

ଦାମଙ୍କ ଅସହାୟତା ପଛରେ ରହିଛି ବଲାଙ୍ଗିରର ବିଜୟାନନ୍ଦ ଚିନି କଳ । ୪ ବର୍ଷରୁ ବନ୍ଦ ପଡିଥିବା ଏହି ଚିନି କଳକୁ କାହିଁକି କାର୍ଯ୍ୟକ୍ଷମ କରାଯାଉନି ବୋଲି ସମବାୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ । ଆଉ ପରୋକ୍ଷରେ ଦାମ କହିଥିଲେ ସେ ଅସହାୟ । ହେଲେ ଦାମଙ୍କ ଅସହାୟତାର କାରଣ ଯେ, ଆଉ କିଛି ତାହା ସ୍ପଷ୍ଟ ଭାବେ ଜଣାପଡୁଛି ।

Comments are closed.