ବିଜେପିର ସାଂଘାତିକ ଅଭିଯୋଗ ! ଜନାଦେଶକୁ ହଡପ କରିବାକୁ ଉଦ୍ୟମ କରୁଛି ବିଜେଡି

27

କନକ ବ୍ୟୁରୋ : ଜନାଦେଶକୁ ହଡପ କରିବାକୁ ଉଦ୍ୟମ କରୁଛି ବିଜେଡି । ଏମିତି ଅଭିଯୋଗ କରିଛି ବିଜେପି । ଗଣନା ପରେ କେଉଁ ପ୍ରାର୍ଥୀ କେତେ ଭୋଟ ପାଇଲେ ସେନେଇ ଦଳୀୟ ଏଜେଂଟମାନଙ୍କୁ ଏକ ଫର୍ମ ଦେବାର ବ୍ୟବସ୍ଥା ରହିଛି । ହେଲେ ଚଳିତ ପଂଚାୟର ନିର୍ବାଚନରେ ଭୋଟ ଗଣତି ପରେ ଏଜେଂଟଙ୍କୁ ୧୧-ଏ ଫର୍ମ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।

ଫଳାଫଳ ଘୋଷଣା ପୂର୍ବରୁ ବିଜେଡି ସରକାରୀ କଳକୁ ଅପବ୍ୟବହାର କରି ଷ୍ଟ୍ରଙ୍ଗରୁମ୍ ଖୋଲିଥିବା କହିଛନ୍ତି ସମିର ମହାନ୍ତି । ବିଭିନ୍ନ ସମୟରେ ଶାସକ ଦଳ ସରକାର କଳର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ରାଜ୍ୟ ନିର୍ବାଚନ କମିସନର କୌଣସି ସଂସ୍କାର ଆଣି ନଥିବା କହିଛି ବିଜେପି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-