ନବୀନ ସରକାରଙ୍କୁ ପୂରିଲା ଦୁଇ ବର୍ଷ : ବିଜେଡିକୁ ବିରୋଧୀ ବିଜେପିର ଟାର୍ଗେଟ୍

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନ ସରକାରଙ୍କ ୨ ବର୍ଷ ପୂରିଲା ଅବସରରେ  ବିରୋଧୀ ଦଳ ବିଜେପି ପ୍ରେସମିଟ କରିଛି । ୨ ବର୍ଷରେ ବିଭିନ୍ନ ସମସ୍ୟା ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ ଆଣିଛି ବିଜେପି । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରିଥିବା ବିଜେପି ସଭାପତି ବସନ୍ତ ପଣ୍ଡା ଅଭିଯୋଗ ଆଣିଛନ୍ତି । ନବକଳେବର ବିଭ୍ରାଟ, ଚିଟଫଣ୍ଡ ଦୁର୍ନୀତି,ଚାଷୀ ଆତ୍ମହତ୍ୟା , ବାସଗୃହ ଯୋଗାଣ, ଓଡିଶା ଭାଷା ପ୍ରତି ବୈମାତୃକ ମନୋଭାବ,ବେରୋଜଗାରୀ, ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇଲେ ବସନ୍ତ ପଣ୍ଡା । ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।