ଭୁବନେଶ୍ୱରରେ ବିଜେପିର ବନ୍ଦ ପାଳନ ବେଳେ ଉତେଜନା : ବିଜେଡିର ଆକ୍ରମଣକୁ ବିଜେପିର ପ୍ରତିବାଦ

17

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭୁବନେଶ୍ୱରରେ ବିଜେପିର ବନ୍ଦ ପାଳନ ବେଳେ ଉତେଜନା । ରାଜଧାନୀର  ଜନଗହଳି ପୂର୍ଣ୍ଣ ସ୍ଥାନରେ ବିଜେପି କର୍ମୀମାନେ ରାସ୍ତାରୋକ ସହ ପୋଡାଜଳା କରିଛନ୍ତି । ଶ୍ରମ ନିୟୋଜନ ନିର୍ଦ୍ଦେଶାଳୟରେ ବିଜେପି କର୍ମୀ ଧସେଇ ପଶିଥିଲେ । ଏପରିକି ଆନ୍ଦୋଳନକାରୀମାନେ ଏକ ବାଇକରେ ନିଆଁ ଲଗାଇଦେଇଛନ୍ତି ।

ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ଗାଡି ମଟର ଭଙ୍ଗାରୁଜା କରିଛନ୍ତି । ଆନ୍ଦୋଳନକାରୀ ଠେଙ୍ଗା ଧରି ଗୋଡାଇ ଗୋଡାଇ ପିଟୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ବିଜେପିର ବନ୍ଦ ପାଳନକୁ ବିରୋଧ କରିଥିଲା ବିଜୁ ଛାତ୍ର ଜନତା ଦଳ । ରାମ ମନ୍ଦିର ଛକ, ବାଣୀବିହାର ଛକ ଓ ମାଷ୍ଟରକ୍ୟାଂଟିନରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ଉଭୟ ଦଳର କର୍ମୀ ପରସ୍ପର ଉପରକୁ ଟେକା ପଥର ମାଡ କରିଥିଲେ । ବନ୍ଦ ପ୍ରତିବାଦରେ ବିଜେଡି କର୍ମୀ ବାଣୀବିହାରରୁ ମାଷ୍ଟରକ୍ୟାଂଟିନ ପର୍ଯ୍ୟନ୍ତ ବାଇକ ରାଲିରେ ଯାଇଥିଲେ ।