ବିଜେଡି ବିଧାୟକଙ୍କ ଷ୍ଟିଙ୍ଗ ଅପରେସନ କଲା ବିଜେପି ! ନିର୍ବାଚନରେ ବିଜେଡିକୁ ସହାୟତା କରିବା ପାଇଁ ଟଙ୍କା ଯାଚିଥିବା ଅଭିଯୋଗ

35

କନକ ବ୍ୟୁରୋ : ବିଜେଡି ନେତାଙ୍କ ଷ୍ଟିଙ୍ଗ୍ କଲେ ବିଜେପି ନେତା । ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ବିଜେପିର ଅଶୋକ ନାୟକଙ୍କୁ ଫୋନ୍ କରି ପ୍ରଲୋଭନ ଦେଖାଇଥିବା ଅଭିଯୋଗ ଆଣିଛି ବିଜେପି ।ଏହା ଛଡା ବିଜେଡି ଟିକେଟ୍ ଦେବାରେ ସହୟତା କରିବାକୁ ମଧ୍ୟ ପ୍ରଲୋଭନ ଦେଖାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଏକ ଅଡିଓ ଟେପ୍ ଜାରି କରିଛି ବିଜେପି । ଯେଉଁଥିରେ ସୁଶାନ୍ତ ବେହେରା ଅଶୋକ ନାୟକଙ୍କ ସହ କଥା ହେଉଛନ୍ତି ବୋଲି ବିଜେପି କହିଛି ।

ଅନ୍ୟପଟେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା କହିଛନ୍ତି ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ । ସେ ଅଶୋକ ନାୟକଙ୍କ ସହ ଫୋନରେ କଥା ହୋଇ ନାହାଁନ୍ତି ବୋଲି କହିଛନ୍ତି । ବିଜେପି କେବଳ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି କହିଛନ୍ତି ସୁଶାନ୍ତ ।