ଆଜି ଠାରୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ : ବିଜେଡି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇପାରେ ରଣନୀତି

32

କନକ ବ୍ୟୁରୋ : ଆଜି ଠାରୁ ଭୁବନେଶ୍ୱରରେ ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଧାୟକ ଦଳ ନେତା କେଭି ସିଂଦେଓ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦଯାପନୀ ଉତ୍ସବରେ କେନ୍ଦ୍ର ବୟନ ଶିଳ୍ପମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ସାମିଲ ହେବେ ବୋଲି ଜଣାପଡିଛି ।

 

ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ଦୁଇ ଦିନରେ ଆଲୋଚନା କରିବାକୁ ଧାର୍ଯ୍ୟ କରାଯାଇଛି । ଆଇନ ଶୃଙ୍ଖଳା, ମହିଳା ହିଂସା ଓ ଅତ୍ୟାଚାର, ବିପର୍ଯ୍ୟସ୍ତ ଶିକ୍ଷା ସହ ସ୍ୱାସ୍ଥ୍ୟ ସେବା ଉପରେ ବେଶ ଗୁରୁତ୍ୱ ଦିଆଯିବ । ଏହା ସହ ରାଜ୍ୟ ସରକାରଙ୍କ ଅସହିଷ୍ଣୁ ଓ ଅପାରଗତା ଯୋଗୁଁ ଓଡିଶାବାସୀ କେନ୍ଦ୍ର ସରକାରଙ୍କ ବହୁ ସୁବିଧା ସୁଯୋଗରୁ ବଂଚିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।