ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ପକ୍ଷରୁ ବଢିବ ଷ୍ଟାର ପ୍ରଚାରକଙ୍କ ସଂଖ୍ୟା : ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ସାଂସଦ ସାମିଲ ହେବା ନେଇ ସୂଚନା ଦେଲେ ରାଜ୍ୟ ପ୍ରଭାରୀ

36

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୁର୍ବରୁ ରାଜ୍ୟ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ସଂଖ୍ୟା ବଢାଇବାକୁ ନିଷ୍ପତି ନିଆଯାଇଛି । ଏହି ତାଲିକାରେ ଅନେକ ହେଭିୱେଟ ସାମିଲ ହେବା ନେଇ ବିଜେପିର ଓଡିଶା ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି ।

ପଡୋଶୀ ରାଜ୍ୟର କିଛି ମୁଖ୍ୟମନ୍ତ୍ରୀ ଓ ଦଳୀୟ ସାଂସଦ ଓଡିଶାରେ ପଂଚାୟତ ନିର୍ବାଚନ ପାଇଁ ପ୍ରଚାର କରିବେ ବୋଲି ଅରୁଣ ସିଂ କହିଛନ୍ତି । ଅନ୍ୟପଟେ ବିଜେପିର ଷ୍ଟାର ପ୍ରଚାରକ ବଢିବାକୁ ନେଇ କଡା ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ଶଶୀ ଭୂଷଣ ବେହେରା କହିଛନ୍ତି ଯେ ରାଜ୍ୟ ବିଜେପି ପାଖରେ କେହି ହେଭୀୱେଟ ନାହାଁନ୍ତି । ସେଥିପାଇଁ ସେମାନେ ଅନ୍ୟ ରାଜ୍ୟରୁ ଷ୍ଟାର ପ୍ରଚାରକ ଆଣୁଛନ୍ତି ।