ମେଂଟ ସରକାରରେ ୯ବର୍ଷ ପାଇଁ ଉତ୍ତରଦାୟୀ ରହିବ ବିଜେପି ! କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

28

କନକ ବ୍ୟୁରୋ: ନବୀନ ସରକାରଙ୍କ ଠାରୁ ୧୮ବର୍ଷର ହିସାବ ମାଗୁଥିବା ବିଜେପି ଏହାର ଅଧା ଅର୍ଥାତ ୯ବର୍ଷର ପ୍ରଦର୍ଶନ ପାଇଁ ଉତରଦାୟୀ ହେବାକୁ ପ୍ରସ୍ତୁତ ଅଛି । ୨ହଜାର ମସିହାରୁ ୨୦୦୯ ମସିହା ମଧ୍ୟରେ ରାଜ୍ୟରେ ବିଜେଡି-ବିଜେପି ମେଂଟ ସରକାର ଚାଲିଥିବା ସମୟରେ ବିଭିନ୍ନ ବିଭାଗର କାମରେ ଯାହାସବୁ ତ୍ରୁଟି ରହିଛି ସେଥିପାଇଁ ବିଜେପି ଦାୟୀ ।

ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା ତକ୍ରାଳୀନ ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ । ବିଶ୍ୱଭୂଷଣ କହିଛନ୍ତି ଯେ ବିଜେପି ମନ୍ତ୍ରୀଙ୍କ ଅଧୀନରେ ଥିବା ବିଭାଗରେ ହୋଇଥିବା ତ୍ରୁଟି ପାଇଁ ବିଜେପି ଉତର ଦାୟିତ୍ୱ ନେବ । ମନ୍ତ୍ରୀ ବା ସରକାରରେ ରହିଲେ କୌଣସି ସ୍ଥାନରେ ଭୁଲ ହେଲେ ଉତ୍ତର ଦାୟିତ୍ୱ ନେବା ଦରକାର ବୋଲି ସେ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ।

ତେବେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଓ ବିଜେପିର ମିଳିତ ସରକାର ଥିଲା । ଏହି ସମୟରେ ବିଜେପି ମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ବିଭାଗର ତ୍ରୁଟି ପାଇଁ ବିଜେପି ଦାୟୀ ରହିବ ବୋଲି ବିଶ୍ୱଭୂଷଣ କହିଛନ୍ତି । ଇଚ୍ଛାଧୀନ କୋଟା ବିବାଦରେ ବିଜେପି ମଧ୍ୟ ସମପରିମାଣରେ ଦାୟୀ ବୋଲି କହିଛନ୍ତି ବିଶ୍ୱଭୂଷଣ ।

Pratap-Keshari-Deb

ସେପଟେ, ବିଶ୍ୱଭୂଷଣଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ବିଶ୍ୱଭୂଷଣ ଜଣେ ପୁରୁଖା ନେତା, ସେ ଯାହା କହିଛନ୍ତି ସତ କହିଛନ୍ତି । ୯ ବର୍ଷ ଧରି ବିଜେପି ଆମ ସହ ଥିଲା ବୋଲି ସେମାନେ ଭୁଲି ଯାଇଥିଲେ । ବିଜେପି ମୁଖପାତ୍ର ଓ ଧର୍ମେନ୍ଦ୍ର ମଧ୍ୟ ୧୮ ବର୍ଷ କଥା କହୁଛନ୍ତି । ସେହି ସମୟରେ ବିଶ୍ୱଭୂଷଣଙ୍କ କଥା ଠିକ୍ ଓ ଗ୍ରହଣୀୟ ବୋଲି ପ୍ରତାପ ଦେବ କହିଛନ୍ତି ।