କଳାଧନ ଉପରେ ମୋଦିଙ୍କ ସର୍ଜିକାଲ ଷ୍ଟ୍ରାଇକକୁ ପ୍ରଶଂସା : ବିଜେପି କହିଲା ଜରୁରୀ ଥିଲା

33

କନକ ବ୍ୟୁରୋ : ମୋଦି ସରକାରଙ୍କ ନିଷ୍ପତିକୁ ଅନେକ ସ୍ୱାଗତ କରିଥିବା ବେଳେ ଅନେକ ଦଳ କରିଛନ୍ତି ବିରୋଧ । କଳାଧନ ଉପରେ ପ୍ରଧାନମନ୍ତ୍ରୀଙ୍କ ସର୍ଜିକାଲ ଷ୍ଟ୍ରାଇକ ପରେ ଏହାକୁ ନେଇ ଜାତୀୟସ୍ତରରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ୫ଶହ ଟଙ୍କା ଓ ଏକ ହଜାର ଟଙ୍କିଆ ନୋଟକୁ ବନ୍ଦ କରିବାକୁ ଘୋଷଣା କରିବା ପରେ ବିଶେଷଜ୍ଞମାନେ ଏହାର ସମୀକ୍ଷାରେ ଲାଗିପଡିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଦ୍ୱାରା ସରକାରଙ୍କ ରେଭନ୍ୟୁରେ ଲାଭ ମିଳିବ । କଳାଧନକୁ ବୈଧ ଅର୍ଥନୀତି ପରିସରକୁ ଆଣିହେବ ଏବଂ ସର୍ବୋପରି ଏହା ଦୁର୍ନୀତି ବିରୋଧୀ ଲଢେଇରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

ଗରିବ, ମଧ୍ୟମବର୍ଗ ଓ କର୍ମଜୀବୀଙ୍କୁ ଏହାର ଲାଭ ମିଳିବ ବୋଲି କୁହାଯାଉଛି । ଏହା ରିଏଲ ଇଷ୍ଟେଟରେ ଦର କମିବ ଓ ଉଚ୍ଚଶିକ୍ଷା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । କାରଣ ଦୁର୍ନୀତିଗ୍ରସ୍ତ ଲୋକ ନିଜ ଅଘୋଷିତ ଆୟକୁ ରିଏଲ ଇଷ୍ଟେଟ ଓ ହାୟର ଏଜୁକେସନରେ ନିବେଶ କରିଥାନ୍ତି । ଏବେ ଅବୈଧ ରାଶିର ଲେଣ ଦେଣ ସମ୍ଭାବନା କମ ଥିବାରୁ ଏହାର ଦର କମିବ । ସେହିପରି ଏହାଦ୍ୱାରା ମହଙ୍ଗା ଉପରେ ମଧ୍ୟ କିଛିଟା ନିୟନ୍ତ୍ରଣ ଆସିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।