ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ମିଳିଲାନି ଅନୁମତି ! ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା ବିଜେପି ।

129

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ରଥଯାତ୍ରା କରିବା ପାଇଁ ସରକାରଙ୍କ ପକ୍ଷରୁ ରେଡ୍ ସିଗନାଲ୍ ମିଳିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ବିଜେପି । ସୂଚନା ଅନୁଯାୟୀ, କୋଲକାତା ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ବିଜେପିର ଏହି ଯାତ୍ରା ଉପରେ ରୋକ୍ ଲଗାଇଥିଲେ । ଏବେ ବିଜେପି ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରା କରିବା ନେଇ ଏକ ଯାଚିକା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି । କିନ୍ତୁ ଏହି ମାମଲାର ଶୁଣାଣୀ କେବେ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ତେବେ ସୁପ୍ରିମକୋର୍ଟରେ ଏବେ କ୍ରିସମାସ୍ ଏବଂ ନୂଆ ବର୍ଷ ପାଇଁ ଛୁଟି ଚାଲିଛି । ଆଉ ଛୁଟି କାରଣରୁ ସୁପ୍ରିମକୋର୍ଟ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି କାରଣରୁ ମାମଲାର ଶୁଣାଣୀ କେବେ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କୋଲକାତା କୋର୍ଟର ଏକ ଖଣ୍ଡପୀଠ ଭାରତୀୟ ଜନତା ପାର୍ଟିକୁ ଟ୍ରାଫିକ୍ ନିୟମର ପାଳନ ଏବଂ ଅନ୍ୟ କିଛି ସର୍ତ୍ତ ସହ ରଥଯାତ୍ରା କରିବାକୁ ଅନୁମତି ଦେଇଥିଲେ ।

ଏହି ଖଣ୍ଡପୀଠର ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମବଙ୍ଗ ସରକାର ହାଇକୋର୍ଟରେ ଆଉ ଥରେ ଅପିଲ୍ ଆଣିଥିଲେ । ଆଉ ଏହା ପରେ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ବିଜେପିର ଏହି ଯାତ୍ରା ଉପରେ ରୋକ୍ ଲଗାଇ ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବିଜେପିର ଅନ୍ୟ କେତେ ଜଣ ବରିଷ୍ଠ ନେତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ । ତେବେ କୋଲକାତା ହାଇକୋର୍ଟ ବିଜେପିକୁ ରଥଯାତ୍ରା କରିବା ପାଇଁ ଅନୁମତି ଦେଇନଥିବା ବେଳେ ହାଇକୋର୍ଟର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ବିଜେପି ।