ଆଗୁଆ ବିଧାନସଭା ଶେଷ କରିବା ନେଇ ପ୍ରଶ୍ନ ଉଠାଇଲା ବିଜେପି : ବିଧାୟକ ପ୍ରଦୀପ ପୁରୋହିତ କହିଲେ ପଳାୟନ ପନ୍ଥୀ ସାଜିଛନ୍ତି ସରକାର, ଜବାବ ଦେବେ ଓଡିଶାବାସୀ

ରାଜ୍ୟ ସରକାର ପଳାୟନ ପନ୍ଥୀ ସାଜିଲେ ।

135

କନକ ବ୍ୟୁରୋ : ନିର୍ଦ୍ଧାରିତ ସମୟର ୨୦ ଦିନ ଆଗରୁ ସରିଗଲା ବିଧାନସଭା ଶୀତ ଅଧିବେଶନ । ଏହାକୁ ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି । ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା ଯାହାର କି ଆଲୋଚନା ହୋଇପାରିଲାନି । ରାଜ୍ୟ ସରକାର ପଳାୟନ ପନ୍ଥୀ ସାଜିଲେ । ପ୍ରଦୀପ ପୁରୋହିତ କହିଛନ୍ତି ବଳରାମପୁର ଗଛ କଟା ପ୍ରସଙ୍ଗ ଛାଡିଦେଲେ ଅନେକ ପ୍ରସଙ୍ଗ ରହିଗଲା ଯେଉଁଥିରେ ଗୃହରେ ଆଲୋଚନା ହେବା କଥା ।

କିନ୍ତୁ ବିଜେଡି ସରକାର ପଳାୟନ ପନ୍ଥୀ ସାଜିବାରୁ ଏହା ସମ୍ଭବ ହେଲାନାହିଁ । ଏହାର ଜବାବ ଓଡିଶା ବାସୀଙ୍କୁ ସରକାର ଦେବାକୁ ବାଧ୍ୟ ବୋଲି ସେ ଦାବି କରିଛନ୍ତି । ନଭେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିଲା । ଏଥିରେ ଥିଲା ମୋଟ ୨୩ଟି କାର୍ଯ୍ୟଦିବସ । କିନ୍ତୁ ମାତ୍ର ୫ଟି କାର୍ଯ୍ୟ ଦିବସ ହେଲା । ୫ଦିନ ମଧ୍ୟରୁ ୩ଦିନ ଆଦୌ ପ୍ରଶ୍ନକାଳ ହୋଇପାରିନଥିଲା ।