ମହାନଦୀ ବିବାଦରେ ନୂଆ ଟ୍ୱିଷ୍ଟ୍ : ଛତିଶଗଡର ଚିଠି ଓଡିଶା ପାଇଥିବା ନେଇ ପ୍ରମାଣ ଦେଲା ବିଜେପି

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଉପରେ ବ୍ୟାରେଜ୍ ନିର୍ମାଣ ନେଇ ଛତିଶଗଡ-ଓଡିଶା ମଧ୍ୟରେ ଲାଗି ରହିଥିବା ବିବାଦରେ ନୂଆ ଟ୍ୱିଷ୍ଟ ଆସିଛି । ଚିଠି ପାଇଥିବାର ପ୍ରମାଣ ମାଗୁଥିବା ବିଜେଡିକୁ ଆଜି ବିଜେପି ଦେଇଛି ଏକ ବଡ ପ୍ରମାଣ । ମହାନଦୀ ଉପରେ କେଲୋ ପ୍ରକଳ୍ପ ନେଇ ୨୦୦୮ରେ ଛତିଶଗଡ ସରକାର ଓଡିଶାକୁ ଚିଠି ଦେଇଥିଲେ । ଆଉ ଏହି ଚିଠିକୁ ରାଜ୍ୟ ଜଳସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଆଜି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଦର୍ଶାଇଛନ୍ତି ।

ସେପଟେ ରାଜ୍ୟ ସରକାର ଗତ କିଛି ଦିନ ହେବ ବାରମ୍ବାର ଫାଙ୍କି ଆସୁଛନ୍ତି ଯେ ଏପରି କୌଣସି ଚିଠି ଛତିଶଗଡ ସରକାର ଦେଇନାହାନ୍ତି । ତେବେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ମିଳିଥିବା ବିଜେପି ପ୍ରମାଣ ଦେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାର କଣ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିବାକୁ ମିଥ୍ୟା ବୟାନବାଜୀ ଚଳାଇଛନ୍ତି । ଏନେଇ ଆମେ ବିଜେଡି ମୁଖପାତ୍ରଙ୍କ ପ୍ରତାପ ଦେବଙ୍କ ପ୍ରତିକ୍ରିୟା ଚାହିଁବାରୁ ସେ ପୁଣିଥରେ ଦୋହରାଇଥିଲେ ଯେ, ଆମେ ସେହି ଚିଠି ପାଇନାହୁଁ ।

ଏହା ସହ ବିଜେଡିର ବୟକଟ୍ : ମହାନଦୀ ଯୁଦ୍ଧରେ ଓଡିଶା ଦୁଇଭାଗ