ପୋଲିସ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ : ପ୍ରତିବାଦରେ ବିଜେପିର ଡିଜି ଅଫିସ ସମ୍ମୁଖରେ ଧାରଣା

26

କନକ ବ୍ୟୁରୋ: ପୋଲିସ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଓ ଚଢାଉ ପ୍ରତିବାଦରେ ବିଳମ୍ବିତ ରାତିରେ ବିଜେପି ପକ୍ଷରୁ ଭୁବନେଶ୍ୱରସ୍ଥିତି ପୋଲିସ ଡିଜି କ୍ୟାମ୍ପ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ବିଜେପି ଅଭିଯୋଗ କରିଛି ସୋମବାର ରାତିରେ ପୋଲିସ ବିଜେପିରୁ ଗାଇସିଲଟ ବିଜେପି ଅଫିସରେ ଚଢାଉ କରିଥିଲା । ଏହି ସମୟରେ ମହିଳା କର୍ମକର୍ତାଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ବିଜେପି ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଭୁବନଶ୍ୱେରର ପୋଲିସ କ୍ୟାମ୍ପ ଅଫିସ ଆଗରେ ଧାରଣା ଦିଆଯାଇଥିଲା । ରାତି ଅଧିରେ ବିଜେପି ପକ୍ଷରୁ ଗାଇସିଲଟ ଥାନା ବି ଘେରାଉ ହୋଇଛି । ଏଥିରେ ଦଳର ବରିଷ୍ଠ ନେତା, ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର କର୍ମକର୍ତା ସାମିଲ ହୋଇଥିଲେ ।

ଉଲ୍ଲେଖଥାଉ କି, ପୁଲିସ୍ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରି ରାତି ଅଧରେ ବିଜେପି ପକ୍ଷରୁ ଗାଇସିଲାଟ୍ ଥାନା ଘେରାଉ ହୋଇଛି । ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଏଥିରେ ସାମିଲ ଥିଲେ। ଅଭିଯୋଗ ଅନୁସାରେ ସୋମବାର ରାତିରେ ପୁଲିସ୍ ଗାଇସିଲାଟ୍ ବିଜେପି କାର୍ଯ୍ୟାଳୟରେ ଚଢଉ କରିଥିଲା। ଏହି ସମୟରେ ମହିଳା କର୍ମକର୍ତ୍ତାଙ୍କୁ ପୁଲିସ୍ ଦୁର୍ବ୍ୟବହାର ସହ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଜେପି ଥାନା ଘେରାଉ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ନେତା ଓ କର୍ମୀମାନେ ଥାନା ବାରଣ୍ଡାରେ ବସିଥିଲେ ।

ସେହିପରି ପୁଲିସର ଚଢ଼ଉ ଏବଂ ଦୁର୍ବ୍ୟବହାର ପ୍ରତିବାଦରେ ଗତକାଲି ବିଳମ୍ବିତ ରାତିରେ ବିଜେପି ପକ୍ଷରୁ ଭୁବନେଶ୍ୱର ସ୍ଥିତ ପୁଲିସ ଡିଜି କ୍ୟମ୍ପ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସମୀର ମହାନ୍ତିଙ୍କ ନେତୃତ୍ୱରେ ବହୁସଂଖ୍ୟକ ବିଜେପି କର୍ମୀ ଏହି ଧାରଣାରେ ସାମିଲ ହୋଇଥିଲେ ।