ବଡମ୍ବାରେ ବିଜେପି କର୍ମୀ-ପୋଲିସ ମୁହାଁମୁହିଁ ।କର୍ତ୍ତବ୍ୟ ରତ ମହିଳା ପୋଲିସଙ୍କୁ ମାଡ ମାରିଲେ କର୍ମୀ

ଆଠଗଡରେ ବିଜେପି ପକ୍ଷରୁ ଆଜି ବଡମ୍ବା ବ୍ଲକ ଘେରାଉ କରାଯାଇଥିଲା

146

କନକ ବ୍ୟୁରୋ : ଆଠଗଡରେ ବିଜେପି ପକ୍ଷରୁ ଆଜି ବଡମ୍ବା ବ୍ଲକ ଘେରାଉ କରାଯାଇଥିଲା । କେବଳ ଘେରାଉ ନୁହେଁ ବରଂ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଯାଇଥିଲା ।  ମିଳିଥିବା ସୂଚନା ଅନୁସାରେ, ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।  ଏହି ଶୋଭାଯାତ୍ରା ବଡମ୍ବା ହାଟ ପଡିଆଠାରୁ  ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ସହ ସରକାରଙ୍କ ବିଭିନ୍ନ କାମକୁ ସମାଲୋଚନା କରାଯାଇଥିଲା । ତେବେ ସେଠାରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ।  ଏପରିକି ଜଣେ ମହିଳା ସେଠାରେ କାର୍ଯ୍ୟରତ ଥିବା ମହିଳା ପୋଲିସ ଏଏସଆଇଙ୍କୁ ମାଡ ମାରିଥିଲେ । ଯାହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଯାଇଥିଲା । ବିଜେପିର ଏପରି କାର୍ଯ୍ୟକ୍ରମ ପାଇଁ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା । ୭ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦ ଜଣ ଅଫିସର ମୁତୟନ କରିଥିଲା ।

 

ସରକାରଙ୍କୁ ଘେରିବା ପାଇଁ ବିଜେପି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଛି । ତେଣୁ ସରକାର ଏପରି ସଭାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସିଧାସଳଖ ଦେବୀ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ପୀତାମ୍ବର । ଏହାସହ ସେ କହିଛନ୍ତି ଯେ, ପୋଲିସ ସହ ପୂର୍ବରୁ ସ୍ଥାନୀୟ ବିଧାୟକ ଏହା ବିଷୟରେ କଥା ହୋଇଛନ୍ତି । ତେଣୁ ପୋଲିସ ଜାଣିଶୁଣି ଏପରି କରିଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ବଡମ୍ବାରେ ଆଗାମୀ ଦିନରେ ବିଜେପି ନିଶ୍ଚିତ ଭାବରେ ବିଜୟ ହେବ ବୋଲି ସେ କହିଛନ୍ତି । ତେବେ ଏହାକୁ ଅସ୍ୱୀକାର କରିଛନ୍ତି ସ୍ଥାନୀୟ ଅତିରିକ୍ତ ପୋଲିସ । ସେ କହିଛନ୍ତି କାହାର ଚାପରେ ପୋଲିସ ନାହିଁ ପରିସ୍ଥିତିକୁ ଦେଖି ଆମେ ସତର୍କତା ପାଇଁ ଫୋର୍ସ ମୁତୟନ କରିଯାଇଥିଲା । ତେବେ ଏନେଇ ସ୍ଥାନୀୟ ବିଜେଡି ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।