ଜୋର ଧରିଲା ସାମ୍ ପିଟ୍ରୋଡାଙ୍କ ବହିଷ୍କାର ଦାବି ! ମାଷ୍ଟରକ୍ୟାଂଟିନ ଛକରେ ବିଜେପି ପକ୍ଷରୁ ବିକ୍ଷୋଭ

19

କନକ ବ୍ୟୁରୋ: ଜୋର ଧରିଲା ସାମ୍ ପିଟ୍ରୋଡାଙ୍କ ବହିଷ୍କାର ଦାବି । ଓଡିଶା ସରକାରଙ୍କ ବୈଷୟିକ ପରାମର୍ଶଦାତା ସାମପିଟ୍ରୋଡାଙ୍କ ବହିଷ୍କାର ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ସୋନିଆ ଓ ରାହୁଲଙ୍କ ସହ ସାମ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି ବିଜେପି ।

ରାଜ୍ୟ ବିଜେପି ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକରେ ଏନେଇ ବିକ୍ଷୋଭ କରାଯାଇଛି । ସାମଙ୍କୁ ଦାୟିତ୍ୱ ଦେବା ଦିନଠାରୁ ସେ କଣ କରିଛନ୍ତି ତାର ହିସାବ ମାଗିଛି ବିଜେପି । ଶୁକ୍ରବାର ଦିନ ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ବିରୋଧରେ ଆୟକର ବିଭାଗକୁ ତଦନ୍ତ ଅନୁମତି ଦେଇଛନ୍ତିି ଦିଲ୍ଲୀ ହାଇକୋର୍ଟ ।