ବିଜେପି ନେତ୍ରୀଙ୍କୁ ଅଣ୍ଡାମାଡ ନେଇ ଜୋର ଧରିଲା ରାଜନୀତି : ଆଜି ସମସ୍ତ ଜିଲ୍ଲା ସଦର ମହକୁମାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବ ବିଜେପି

36

କନକ ବ୍ୟୁରୋ : ପିପିଲିରେ ବିଜେପି ନେତ୍ରୀଙ୍କୁ ଅଣ୍ଡାମାଡ ଘଟଣାକୁ ନେଇ ଜୋର ଧରୁଛି ରାଜନୀତି । ଆଜି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିବ ବିଜେପି । ପିପିଲିରେ ଲେଖାଶ୍ରୀଙ୍କୁ ଅଣ୍ଡାମାଡ ଘଟଣାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଉଥିବା ବେଳେ ଗତକାଲି ପୁଣି ବିଜେପି ଉପକୁ ଅଣ୍ଡାମାଡ ହୋଇଛି ।

କେବଳ ଅଣ୍ଡାମାଡ ନୁହେଁ ପୋଲିସ ଆନ୍ଦୋଳନକାରୀଙ୍କୁ ପିପିଲି ଭିତରକୁ ପୁରାଇ ଦେଇନଥିବା ଅଭିଯୋଗ କରିଛି ବିଜେପି । ପୁଲିସ ମହିଳା ମୋଚ୍ଚା କର୍ମୀଙ୍କୁ ଜୋର ଜବରଦସ୍ତ ଅଧାରାସ୍ତାରୁ ଉଠାଇ ନେଇଥିବା ଅଭିଯୋଗ କରାଯାଇଛି । ପୁଲିସର ବର୍ବରତା ପ୍ରତିବାଦ ସ୍ୱରୁପ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବ ବୋଲି ସୂଚନା ଦେଇଛନ୍ତି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା  ।

ଦେଖନ୍ତୁ ଏହି ଭିଡିଓ –